fbpx
BSKY SKY
BSKY SKY

(Video) ବିଜେପିକୁ କେସିଆରଙ୍କ ଟାର୍ଗେଟ: କହିଲେ ଫିଙ୍ଗିଦିଅ ବଙ୍ଗୋପସାଗରରେ

BSKY

ବିଜେପିକୁ ଟାର୍ଗେଟ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । କେସିଆର କହିଛନ୍ତି ଲୋକଙ୍କ ଆଶା ପୂରଣ କରିବା ସହ ଦେଶକୁ ପୂର୍ଣ୍ଣ ଭାବରେ ଅଗ୍ରଗତି କରିବା ପାଇଁ ଭାରତର ସମ୍ବିଧାନକୁ ଆଉ ଥରେ ଲେଖାଯିବା ଆବଶ୍ୟକ । ସେ ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ ଏହି ଦଳକୁ ହଟାଇ ବଙ୍ଗୋପସାଗରରେ ଫିଙ୍ଗିଦେବା ଦରକାର ପଡ଼ିଲାଣି, ବର୍ତ୍ତମାନ ବିଜେପିର ସମୟ ସରି ଗଲାଣି ।

ଦେଶ ପାଇଁ ଯାହା ଆବଶ୍ୟକ ତାହା ଆମେ କରିବୁ, ଆମେ ଚୁପ ରହିବୁ ନାହିଁ । ଏହା ହେଉଛି ଗଣତନ୍ତ୍ର । ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଏଭଳି ଜଣେ ମଣିଷ ଯିଏ କି ଦୂରଦର୍ଶୀ ନୁହଁନ୍ତି, ଅର୍ଥାତ ସେ ଭବିଷ୍ୟତକୁ ଦେଖି କାମ କରିବାକୁ ସମର୍ଥ ନୁହଁନ୍ତି । ଆଗକୁ ସରକାରୀ ଯୋଜନାର ଫଳାଫଳ କ’ଣ ହେବ ତାହା ମଧ୍ୟ ତାଙ୍କୁ ଜଣାନାହିଁ । ସେପଟେ କେସିଆରଙ୍କ ଏହି ମନ୍ତବ୍ୟ ପରେ ବିଜେପି ରାଜ୍ୟ ସଭାପତି ସଞ୍ଜୟ କୁମାର ତାଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଡକ୍ଟର ବାବାସାହେବ ଆମ୍ବେଡକରଙ୍କୁ ଅପମାନିତ କରିଛନ୍ତି । କୁମାର ତାଙ୍କ ପ୍ରସ୍ତାବକୁ ଏସସି ଏବଂ ଏସଟି ପାଇଁ ସଂରକ୍ଷଣକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଏକ ଚକ୍ରାନ୍ତ ବୋଲି କହିଛନ୍ତି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.