fbpx

ଏବେ Facebook ଏବଂ Instagramରେ ଆସିବନି ଆଡ୍, ମେଟା ଲଞ୍ଚ କଲା ସବସ୍କ୍ରିପସନ ପ୍ଲାନ

ନୂଆଦିଲ୍ଲୀ: ମେଟା ନିଜ ଇନଷ୍ଟାଗ୍ରାମ ଏବଂ ଫେସବୁକ ୟୁଜର୍ସକୁ ଏକ ବଡ଼ ଝଟକା ଦେଇଛି । ଏବେ ଏହି ଦୁଇଟି ପ୍ଲାଟଫର୍ମରେ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିପାରେ । ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ ପାଇଁ ଆଡ ଫ୍ରୀ ସବସ୍କ୍ରିପସନ ପ୍ଲାନ ଆଣିଛି । ଗତ କିଛି ଦିନ ହେବ ମେଟାର ଏହି ପେଡ ସବସ୍କ୍ରିପସନ ପ୍ଲାନର ଚର୍ଚ୍ଚା ସୋସିଆଲ ମିଡିଆରେ ଚାଲିଆସୁଛି ।

ଫେସବୁକ ଏବଂ ଇନଷ୍ଟାଗ୍ରାମ ପୂର୍ବରୁ ଆଡ ଫ୍ରି ପ୍ଲାନର ବିରୋଧ କରୁଛନ୍ତି । କମ୍ପାନୀ ୟୁଜର୍ସଙ୍କୁ ଫ୍ରି ସର୍ଭିସ ଦେବାକୁ ଭରଷା କରିଛି । ହେଲେ ୟୁରୋପୀୟ ସଂଘର ଦାବି ପରେ ଏବେ କମ୍ପାନୀକୁ ଆଡ ଫ୍ରି ପ୍ଲାନ୍ସ ପ୍ରବର୍ତ୍ତନ କରିବାକୁ ପଡିଲା । ମେଟା ଏହି ପ୍ଲାନ୍ସ କେବଳ ୟୁରୋପୀୟ ୟୁଜର୍ସଙ୍କ ପାଇଁ ଜାରି କରିଛି ।

ମେଟା ସ୍ମାର୍ଟଫୋନ ୟୁଜର୍ସ ଏବଂ ୱେବ ୟୁଜର୍ସ ଉଭୟଙ୍କ ପାଇଁ ଭିନ୍ନ ଭିନ୍ନ ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ କମ୍ପାନୀ ୯.୯୯ ୟୁରୋ ଅର୍ଥାତ ପାଖାପଖି ୮୮୧ ଟଙ୍କାର ପ୍ଲାନ ଲଞ୍ଚ କରିଛନ୍ତି । ୱେବ ୟୁଜର୍ସଙ୍କ ପାଇଁ ୧୨.୯୯ ୟୁରୋ ଅର୍ଥାତ ୧୧୪୫ ଟଙ୍କାର ପ୍ଲାନ ଲଞ୍ଚ କରିଛି ।

Get real time updates directly on you device, subscribe now.