fbpx

Whatsapp ସ୍କାମ କଲ୍ ଉପରେ ଆକ୍ସନ ନେବେ ସରକାର: ଚେତାବନୀ ପରେ ନିଆଯିବ କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଭାରତରେ ଆନ୍ତର୍ଜାତୀୟ ସ୍କାମ କଲରେ ବଢୁଥିବା ବିପଦକୁ ନେଇ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । କମ୍ପାନୀ ତରଫରୁ କୁହାଯାଉଛି ଯେ, ଏହି ଘଟଣାକୁ ଗୁରୁତ୍ୱ ଦେଇ ଏହାକୁ ହ୍ରାସ କରିବା ପାଇଁ ଏହାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂ ସିଷ୍ଟମକୁ ବୃଦ୍ଧି କରିଛି । ଏକ ରିପୋର୍ଟ ଅନୁସାରେ, ଭାରତରେ ମୋଟ ୪୮୭ ନିୟୁତ ଲୋକ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି । ତେଣୁ କମ୍ପାନୀ ପାଇଁ ଭାରତ ସବୁଠାରୁ ବଡ ମାର୍କେଟ ପାଲଟିଛି ।

ତେବେ ଆନ୍ତର୍ଜାତୀୟ ସ୍କାଲ କଲକୁ ନେଇ କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି ଯେ, “ଆମର ନୂତନ କାର୍ଯ୍ୟକାରିତା କଲିଙ୍ଗ ହାରକୁ ଅତି କମରେ ୫୦ ପ୍ରତିଶତ ହ୍ରାସ କରିବ ଏବଂ ବର୍ତ୍ତମାନର ଏହି ସମସ୍ୟାକୁ ଫଳପ୍ରଦ ଭାବରେ ନିୟନ୍ତ୍ରଣ କରିବା ପାଇଁ ଆଶା ରହିଛି । ୟୁଜରମାନଙ୍କୁ ଏକ ନିରାପଦ ପ୍ଲାଟଫର୍ମ ଦେବା ନେଇ କମ୍ପାନୀ ନିରନ୍ତର କାର୍ଯ୍ୟ ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହା ପୂର୍ବରୁ ଆଜି ଇଲେକ୍ଟ୍ରିକ ଏବଂ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ, ଆଇଟି ମନ୍ତ୍ରାଳୟ ହ୍ୱାଟ୍ସଆପକୁ ଅଜଣା ଇଣ୍ଟରନେସନାଲ ନମ୍ବରରୁ ସ୍କାମ କଲ ପ୍ରସଙ୍ଗରେ ନୋଟିସ ପଠାଇବ ଏବଂ ସୁରକ୍ଷା ତଥା ବିଶ୍ୱାସ ପାଇଁ ସୋସିଆଲ ମିଡିଆ ହିଁ ଦାୟୀ ରହିବ ।

ଅନ୍ତରାଷ୍ଟ୍ରୀୟ ନମ୍ବରରୁ ଅଜଣା କଲ୍ ଏବଂ ରେକର୍ଡିଙ୍ଗ ଉପରେ ନୋଟିସ ପଠାଇବା ପାଇଁ ପ୍ରସ୍ତୁତି କରୁଛନ୍ତି ସରକାର। ଏହାସହିତ ହ୍ୱାଟ୍ସଆପକୁ ମାଇକ୍ରୋଫୋନ ରେକର୍ଡ କରିବା ନେଇ ମଧ୍ୟ ନୋଟିସ ପଠାଇବାକୁ ଯାଉଛନ୍ତି ସରକାର । ତେବେ କମ୍ପାନୀର ଅଫିସିଆଲ ଉତ୍ତର ପାଇସାରିବା ପରେ ସରକାର ଏହା ଉପରେ ଆକ୍ସନ ନେବାକୁ ଯାଉଛନ୍ତି । ହ୍ୱାଟ୍ସଆପରେ ଅନ୍ତରାଷ୍ଟ୍ରୀୟ ନମ୍ବରରୁ ଅଜଣା କଲ୍ ମାମଲାରେ ସରକାରଙ୍କ ନୋଟିସ ପରେ କମ୍ପାନୀ ସହ ଜବାବ-ତଲବ କରିବେ ସରକାର । ତେବେ କମ୍ପାନୀ ତରଫରୁ ୟୁଜରମାନଙ୍କର ତଥ୍ୟ ଲିକ୍ ହେଉଛି କି? ଏହି ପ୍ରଶ୍ନର ଉତ୍ତର କମ୍ପାନୀକୁ ଦେବାକୁ ପଡିବ । ଯଦି ଏହା ସାଧାରଣ କଲ୍ ହୋଇଥାଏ, ତେବେ ଏହାକୁ ରୋକିବା ପାଇଁ କମ୍ପାନୀ କ’ଣ ପଦକ୍ଷେପ ନେଇଛି ତାହା ସ୍ପଷ୍ଟ କରିବାକୁ ହେବ । ଏହାସହ ଆଉ ଏକ ପ୍ରଶ୍ନ ହେଉଛି, କିଛି ନିର୍ଦ୍ଦିଷ୍ଟ ସ୍ଥାନରୁ କଲ୍ ଆସିବା କିଛି ବିପଦକୁ ଇସାରା କରୁ ନି ତ? ଗତ କିଛି ଦିନରୁ ହ୍ୱାଟ୍ସଆପ ୟୁଜରମାନଙ୍କୁ ବିଶେଷ କରି ମାଲେସିଆ(+୬୦), ଇଣ୍ଡୋନେସିଆ(+୬୨), ଭିଏତନାମା(+୮୪), ଇଥିଓପିଆ(+୨୫୧), କେନିଆ(+୨୫୪) ଏବଂ ଅନ୍ୟ ଦେଶର ନମ୍ବରରୁ ଅଜଣା କଲ୍ ଆସୁଥିବା ଅଭିଯୋଗ ହୋଇଛି । ସ୍ମାର୍ଟଫୋନ କିଣିବା ବେଳେ ଏହାସହିତ କିଛି ଅଦରକାରୀ ଆପ୍ସ ମଧ୍ୟ ଆସିଥାଏ । ତେବେ ଏସବୁକୁ ନେଇ ମଧ୍ୟ ସରକାର ଖୁବଶୀଘ୍ର ଗାଇଡଲାଇନ ପ୍ରସ୍ତୁତ କରିପାରନ୍ତି ।

ତେବେ ଇଣ୍ଟରନେସନାଲ ସ୍କାମ କଲ ସମସ୍ୟା ନିକଟ ଅତୀତରେ ଲୋକମାନଙ୍କ ପାଇଁ ସମସ୍ୟା ପାଲଟିଛି । ତେବେ ଏହାବ୍ୟତୀତ, କଲ୍ କିମ୍ବା ମେସେଜ ପଠାଇବା ପାଇଁ ପ୍ରଲୋଭିତ କରିଥାନ୍ତି ଏହି ନମ୍ବରର ୟୁଜର । ତେବେ ଏଥିରୁ ୟୁଜରମାନଙ୍କୁ ରକ୍ଷା କରିବା ପାଇଁ ହ୍ୱାଟ୍ସଆପରେ ବ୍ଲକ ଏବଂ ରିପୋର୍ଟ ଭଳି କିଛି ସୁରକ୍ଷା ଅପ୍ସନ ଯୋଗାଇ ଚାଲିଛୁ । ଏହାବ୍ୟତୀତ ୟୁଜରଙ୍କ ସୁରକ୍ଷା ଶିକ୍ଷା ଏବଂ ସଚେତନତା ସୃଷ୍ଟି କରିବା ସହିତ ପ୍ଲାଟଫର୍ମରେ ତିବା କିଛି ଖରାପ ୟୁଜରଙ୍କୁ ବାହାର କରିବା ପାଇଁ ଚେଷ୍ଟା ଜାରି ରହିଛି ।

Get real time updates directly on you device, subscribe now.