fbpx

(Video) ଏହି ମନ୍ଦିରରେ ପୂଜା ପାଆନ୍ତି ମୂଷା: ଜାଣନ୍ତୁ ରହସ୍ୟମୟୀ ମନ୍ଦିରର ଗୋପନୀୟତା

ଭାରତରେ ଅନେକ ରହସ୍ୟମୟ ମନ୍ଦିର ରହିଛି । ଅ ଅନେକ ରହସ୍ୟ ଲୁଚି ରହିଥିଲେ ବି ସେଠାରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଏ । ଏଠାରେ ହୋମ ଯଜ୍ଞଠାରୁ ଆରମ୍ଭ କରି ଦେବାଦେବୀଙ୍କ ବିଭିନ୍ନ ପ୍ରଥା ପରମ୍ପରା ପାଳନ କରାଯାଇଥାଏ ।  କିନ୍ତୁ ଏହାବ୍ୟତୀତ ଦେଶରେ ଆହୁରି ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ଦେବାଦେବୀଙ୍କୁ ନୁହେଁ, ଅନ୍ୟ ଜିନିଷକୁ ପୂଜା କରାଯାଏ । ସେହିଭଳି ଏକ ମନ୍ଦିର ହେଉଛି କରଣୀମାତାଙ୍କ ମନ୍ଦିର । ଏଠାରେ ମୂଷା ମାନଙ୍କୁ ପୂଜା କରାଯାଏ ।

ଭାରତରେ ଏପରି ରହସ୍ୟମୟୀ ମନ୍ଦିର ରହିଛି, ଯେଉଁଠାରେ ପୂଜା ପାଇଥାନ୍ତି ମୂଷା। ଏଠାରେ ମୂଷାଙ୍କୁ ନ ମାରି ସୁରକ୍ଷିତ ଭାବେ ରଖାଯାଇ ପୂଜା କରାଯାଇଥାଏ । କେବଳ ପୂଜା କରାଯାଏ ନାହିଁ, ମୂଷାମାନଙ୍କୁ ଖାଇବାକୁ ବିଭିନ୍ନ ଶସ୍ୟ ଏବଂ ଭୋଗ ଓ ପିଇବା ପାଇଁ କ୍ଷୀର ମଧ୍ୟ ପ୍ରଦାନ କରାଯାଇଥାଏ । ଏହି ବିଚିତ୍ର ମନ୍ଦିର ରହିଛି ରାଜସ୍ଥାନରେ। ବିକାନେର ଜିଲ୍ଲା ଅନ୍ତର୍ଗତ କରଣି ମାତାଙ୍କ ମନ୍ଦିରରେ ମୂଷାମାନଙ୍କୁ ପୂଜା କରାଯାଇଥାଏ। ଏବେ ଏହି ମନ୍ଦିରରେ ରହିଛନ୍ତି ୨୦ ହଜାରରୁ ଅଧିକ ମୂଷା। ହେଲେ ଏହି ମୂଷାଗୁଡିକ କେବେବି ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କିଛି ବି କ୍ଷତି ପହଞ୍ଚାଇ ନ ଥାନ୍ତି । ସବୁଠାରୁ ବଡ଼ କଥା ହେଉଛି ମନ୍ଦିରରେଏତେ ସଂଖ୍ୟାରେ ମୂଷା ରହିଥିଲେ ମଧ୍ୟ ସେମାନଙ୍କ ଯୋଗୁଁ କୌଣସି ଦୁର୍ଗନ୍ଧ ହେଉନାହିଁ ।

ଏଠାରେ ଲାଗି ହେଉଥିଲବା ପ୍ରସାଦକୁ ପ୍ରଥମେ ମୂଷାମାନଙ୍କୁ ଖାଇବାକୁ ଦିଆଯାଇଥାଏ, ମୂଷାମାନେ ଖାଇସାରିବା ପରେ ସେହି ପ୍ରସାଦକୁ ଲୋକେ ଖାଇଥାନ୍ତି । ମୂଷା ମାନଙ୍କ ଅଇଁଠା ଖାଇବା ପରେ ମଧ୍ୟ ଆଜି ପର୍ୟ୍ୟନ୍ତ କୌଣସି ଭକ୍ତଙ୍କର ସ୍ଵାସ୍ଥ୍ୟ ଗତ ସମସ୍ୟା ଦେଖାଯାଇନାହିଁ । ଏହି ବିଚିତ୍ର ମନ୍ଦିର ଆରାଧ୍ୟ ଦେବୀ ହେଉଛନ୍ତି ମା କରଣି । ଲୋକମାନେ ମା କରଣିଙ୍କୁ ଜଗଦମ୍ବାଙ୍କ ଅବତାର ମନେ କରିଥାନ୍ତି । ଏଠାରେ ଯେଉଁ ଭକ୍ତ ଆସି ତା’ର ମନର କଥା କହିଥାଏ ତାହା ପୂର୍ଣ ହୁଏ ବୋଲି ମଧ୍ୟ ବିଶ୍ଵାସ ରହିଛି।

Get real time updates directly on you device, subscribe now.