fbpx
BSKY SKY
BSKY SKY

ଓଡିଶାରେ ୨୫ ଷ୍ଟେସନ ସମେତ ପ୍ରଥମ ପର୍ଯ୍ୟାୟରେ ୫୦୮ ଟି ଷ୍ଟେସନର ପୁନଃ ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

BSKY

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ରେଳ ଷ୍ଟେସନର ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି। ବର୍ତ୍ତମାନ, ଏହି ଯୋଜନା ମାଧ୍ୟମରେ ଭାରତୀୟ ରେଳବାଇର ୧୩୦୯ ଷ୍ଟେସନ୍ ର ନବୀକରଣ / ଆଧୁନିକୀକରଣ ପାଇଁ ଯୋଜନା ରହିଛି।

ଏହି ଯୋଜନାରେ ଷ୍ଟେସନର ଉଭୟ ପାର୍ଶ୍ୱରେ ଥିବା ସହରର ଅଞ୍ଚଳ ଗୁଡିକୁ ଏକୀକୃତ କରିବା, ମଲ୍ଟିମୋଡାଲ୍ ଏକୀକରଣ, ଦିବ୍ୟାଙ୍ଗଜନ ମାନଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ, ବାଲାଷ୍ଟଲେସ୍ ଟ୍ରାକ୍ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୂଫ ପ୍ଲାଜା, ସମ୍ଭାବ୍ୟତା କୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଏବଂ ନିର୍ମାଣର ଉନ୍ନତି ପାଇଁ ଯୋଜନା କରାଯାଇଛି ଯାହାକି ଦୀର୍ଘ ସମୟ ପାଇଁ ଷ୍ଟେସନ ଠାରେ ସିଟି ସେଣ୍ଟର ନିର୍ମାଣ କରି ଏହାକୁ ସହରର କେନ୍ଦ୍ର କରାଇବା।

ଅମୃତ ଭରତ ଷ୍ଟେସନ ଯୋଜନା ଅଧୀନରେ ଓଡିଶାର ୫୭ ଟି ଷ୍ଟେସନ୍ କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଚିହ୍ନଟ କରାଯାଇଛି: –

ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ ରୋଡ, ବାରିପଦା, ବରପାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବନୀପାଟଣା, ଭୁବନେଶ୍ୱର, ବିମଲାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ଼, ହୀରାକୁଦ, ଯାଜପୁର କେନ୍ଦୁଝର ରୋଡ଼, ଜଳେଶ୍ୱର, ଜାରୋଲି, ଜୟପୁର, ଝାରସୁଗୁଡା, ଝାରସୁଗୁଡା ରୋଡ, କଣ୍ଟାବାଞ୍ଜୀ, କେନ୍ଦୁଝରଗଡ, କେସିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ଼, କୋରାପୁଟ, ଲିଙ୍ଗରାଜ ଟେମ୍ପଲ ରୋଡ, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡା, ଭୁବନେଶ୍ୱର ନୂଆ, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ଼, ଟିଟିଲାଗଡ଼।

ପ୍ରଥମ ପର୍ଯ୍ୟାୟରେ, କିଛି ପ୍ରମୁଖ ଷ୍ଟେସନ୍ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ବର୍ତ୍ତମାନ, ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକାଶ ପାଇଁ ପୂର୍ବତଟ ରେଳପଥର / ଓଡିଶାର ୨୫ ଟି ରେଳ ଷ୍ଟେସନ୍ କୁ ଚୟନ କରାଯାଇଛି। ଏହି ଷ୍ଟେସନଗୁଡ଼ିକ ହେଉଛିଟ୍ଟ

ସାକ୍ଷୀଗୋପାଳ – ୩୪.୮ କୋଟି, ମଞ୍ଚେଶ୍ୱର – ୨୬.୯ କୋଟି, ଢ଼େଙ୍କାନାଳ – ୨୬.୧ କୋଟି, ଛତ୍ରପୁର – ୨୫.୬ କୋଟି, ଅନୁଗୁଳ – ୨୫.୪ କୋଟି, ମେରାମଣ୍ଡଲୀ – ୨୨.୦ କୋଟି, ବାଲୁଗାଁ – ୨୧.୪ କୋଟି, ଲିଙ୍ଗରାଜ ଷ୍ଟେସନ ରୋଡ – ୧୯.୫ କୋଟି, ତାଳଚେର ରୋଡ – ୧୮.୯ କୋଟି, ଖୋର୍ଦ୍ଧା ରୋଡ – ୧୮.୦ କୋଟି, କଣ୍ଟାବାଞ୍ଜି – ୨୬.୩ କୋଟି, ବରଗଡ଼ ରୋଡ଼ – ୨୧.୯ କୋଟି, ହୀରାକୁଦ – ୨୦.୮ କୋଟି, ରେଢ଼ାଖୋଲ – ୨୦.୮ କୋଟି, ବରପାଲି -୧୯.୯ କୋଟି, ମୁନିଗୁଡା – ୧୯.୦ କୋଟି, ବଲାଙ୍ଗୀର – ୧୮.୪ କୋଟି, ହରିଶଙ୍କର ରୋଡ଼ – ୧୬.୬ କୋଟି, ଭବାନୀପାଟଣା – ୧୫.୯ କୋଟି, ଖରିଆର୍ ରୋଡ୍-୧୩.୭ କୋଟି, ଦାମନଯୋଡି -୧୩.୯ କୋଟି (ପୂର୍ବତଟ ରେଳପଥ ମଧ୍ୟରେ) ଏବଂ ବଡ଼ବିଲ – ୧୬.୦କୋଟି, ରାଜଗାଙ୍ଗପୁର – ୩୦.୦ କୋଟି, ବାରିପଦା – ୧୭.୦କୋଟି ଓ ଜଳେଶ୍ୱର – ୨୩.୦କୋଟି (ଦକ୍ଷିଣ ପୂର୍ବ ରେଳପଥ ମଧ୍ୟରେ) ଓଡ଼ିଶାରେ ସମୁଦାୟ ୫୩୧.୮ କୋଟି ଏବଂ ପଲାସା – ୨୩.୯ କୋଟି, ବିଜୟନଗରମ – ୩୫.୮ କୋଟି, ଦୁଭାଡା – ୨୬.୩ କୋଟି (ସମୁଦାୟ) ୮୬.୦ କୋଟି ଆନ୍ଧ୍ର ପ୍ରଦେଶରେ ପୂର୍ବତଟ ରେଳପଥ ଅଧୀନରେ ଏବଂ ଛତିଶଗଡ଼ ର ମହାସମୁନ୍ଦ – ୧୫.୯ କୋଟି (ପୂର୍ବତଟ ରେଳପଥ ଅଧୀନରେ) (ସମୁଦାୟ ୫୪୭.୭ କୋଟି ପୂର୍ବତଟ ରେଳପଥ ମଧରେ) ଅନ୍ତର୍ଭୁକ୍ତ।

Get real time updates directly on you device, subscribe now.