fbpx

ଆମେରିକାର ସାମରିକ ଭିତ୍ତିଭୂମିରେ ଚୀନ୍ ହ୍ୟାକରଙ୍କ ଅନୁପ୍ରବେଶ ଉଦ୍ୟମ: ବଡ଼ ଖୁଲାସା କଲା ମାଇକ୍ରୋସଫ୍ଟ

Advertisement

ନୁଆଦିଲ୍ଲୀ: ଆମେରିକାର ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଚୀନ୍ ଦ୍ୱାରା କରାଯାଉଥିବା ଏକ ବଡ଼ ହ୍ୟାକିଂ କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଥିବା ଦାବି କରିଛି । ସେ କହିଛନ୍ତି ଯେ ଗୁଆମ ଏବଂ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସଂଗଠନଗୁଡ଼ିକୁ ଟାର୍ଗେଟ କରିବାକୁ ଚାଇନାର ହ୍ୟାକର ଗୋଷ୍ଠୀ ଚେଷ୍ଟା କରିଛି ।

ମାଇକ୍ରୋସଫ୍ଟ କହିଛି ଯେ ଏହି ସମ୍ପର୍କରେ ଅନୁସନ୍ଧାନ କରି ଜାଣିବାକୁ ପାଇଛି ଯେ ଭୋଲ୍ଟ ଟାଇଫୁନ୍ ଅଭିଯାନ ଅଧୀନରେ ଚୀନ୍ ଦକ୍ଷତା ବିକାଶ କରୁଛି ଯାହା ଭବିଷ୍ୟତରେ ସଙ୍କଟ ସମୟରେ ଆମେରିକା ଏବଂ ଏସିଆ ଅଞ୍ଚଳ ମଧ୍ୟରେ ଜଟିଳ ଯୋଗାଯୋଗ ଭିତ୍ତିଭୂମିକୁ ବ୍ୟାହତ କରିପାରେ ।
ଭୋଲ୍ଟ ଟାଇଫୁନ୍ ଚୀନ୍ ସମର୍ଥୀତ ହ୍ୟାକର ମାନଙ୍କର ଏକ ଗୋଷ୍ଠି ଅଟେ । ଯାହା ୨୦୨୧ ମଧ୍ୟଭାଗରୁ ସକ୍ରିୟ ଅଛନ୍ତି । ସେମାନେ ଗୁଆମ ଏବଂ ଆମେରିକାର ଅନ୍ୟାନ୍ୟ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସଂଗଠନଗୁଡ଼ିକୁ ଟାର୍ଗେଟ କରିଛନ୍ତି । ଏହି କ୍ଷେତ୍ରରେ ଆମେରିକାର ଏକ ପ୍ରମୁଖ ସାମରିକ ଉପସ୍ଥିତି ମଧ୍ୟ ରହିଛି । ମାଇକ୍ରୋସଫ୍ଟ କହିଛି ଯେ ଚୀନ୍ ଟାର୍ଗେଟେଡ୍ କିମ୍ବା ଆପୋଷ ବୁଝାମଣା କରି ଗ୍ରାହକଙ୍କୁ ସୂଚନା ପ୍ରଦାନ କରିଛି ।

ତେବେ ଏହି ବିଷୟରେ ଏବେ କଣ ପାଇଁ ମାଇକ୍ରୋସଫ୍ଟ ଘୋଷଣା କରିଛି, ତାହା ବିଷୟରେ ସବିଶେଷ ସୂଚନା ଦେଇମନାହିଁ । ଅନ୍ୟପଟେ ଗୁଗୁଲ୍‌ର ସାଇବର ସିକ୍ୟୁରିଟି ଇଣ୍ଟେଲିଜେନ୍ସ ଅପରେସନ୍ସର ମୁଖ୍ୟ ବିଶ୍ଳେଷକ ଜନ୍ ହଲ୍ଟକିଷ୍ଟ ମାଇକ୍ରୋସଫ୍ଟର ଘୋଷଣାକୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୋଲି କହିଛନ୍ତି ।

Get real time updates directly on you device, subscribe now.