fbpx

ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ, ପ୍ରତିଶ୍ରୁତି ଦେଲେ ଶ୍ରମମନ୍ତ୍ରୀ

ଓଡ଼ିଶା ଭାସ୍କର: ବାଂଲାଦେଶରେ ଲାଗି ରହିଥିବା ହିଂସା ଥମିବାର ନାଁ ଧରୁନି । ଏଥିମଧ୍ୟରେ ସେଠାରେ ହିଂସାର ଶିକାର ହେଉଥିବା ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ବାଂଲାଦେଶରେ କେତେ ଓଡ଼ିଆ ଶ୍ରମିକ ରହିଛନ୍ତି ତା’ର ଏକ ଚିଠା ପ୍ରସ୍ତୁତ ହେଉଛି । ଏନେଇ ସମସ୍ତ ଜିଲ୍ଲାର ଶ୍ରମ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରମ ଅଧିକାରୀମାନେ ନିଜ ନିଜ ଜିଲ୍ଲାର ଅଫିସିଆଲ ଲିଷ୍ଟ ପଠାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି । ପ୍ରାଥମିକ ଭାବେ ଅଫିସିଆଲ ଡାଟା ମୁତାବକ ଯାଇଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯିବ । ଏହା ପରେ ନନ୍ ଅଫିସିଆଲ ଭାବେ ଯାଇଥିବା ଶ୍ରମିକଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ଶ୍ରମମନ୍ତ୍ରୀ କହିଛନ୍ତି । ଆସନ୍ତା ୧୫-୨୦ ଦିନ ମଧ୍ୟରେ ସେମାନଙ୍କୁ ଫେରାଇ ଅଣାଯିବ ବୋଲି ଶ୍ରମମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.