fbpx

ଆସନ୍ତାକାଲିଠାରୁ କ୍ଷୀର ଲିଟର ହେବ ୧୦୦ ଟଙ୍କା, କାହିଁକି

କୃଷି ଆଇନ ଓ ତୈଳ ଦରକୁ ବିରୋଧ କରି ହରିୟାଣାର ହିସରର ଖାପ ପଞ୍ଚାୟତ ଏହି ନିଷ୍ପତ୍ତି ଗ୍ରହଣ କରିଛି ।

ନୂଆଦିଲ୍ଲୀ, ୨୮ା୨: ଆସନ୍ତାକାଲି ଠାରୁ କ୍ଷୀର ଲିଟର ୧୦୦ ଟଙ୍କାରେ ବିକ୍ରି ହେବ ।

କୃଷି ଆଇନ ଓ ତୈଳ ଦରକୁ ବିରୋଧ କରି ହରିୟାଣାର ହିସରର ଖାପ ପଞ୍ଚାୟତ ଏହି ନିଷ୍ପତ୍ତି ଗ୍ରହଣ କରିଛି ।

ମାର୍ଚ୍ଚ ମହିଲାରୁ ଏହି ନିୟମ ଲାଗୁ କରାଯିବ ବୋଲି ପଞ୍ଚାୟତ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଛି ।

କେନ୍ଦ୍ର ସରକାର ଆଇନ ପରିବର୍ତ୍ତନ କରିବାକୁ ସହମତି ପ୍ରକାଶ କରିଥିବା ବେଳେ ଆଇନ ପ୍ରତ୍ୟାହାର ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ଅପରପକ୍ଷେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇ ଚାଲିଛି ।

ତେଣୁ ଏହାକୁ ବିରୋଧ କରି କ୍ଷୀର ମୂଲ୍ୟ ବୃଦ୍ଧି କରିବାକୁ ଖାପ ପଞ୍ଚାୟତ ନିଷ୍ପତ୍ତି ନେଇଛି ।

ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ପଞ୍ଚାୟତ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଧାର୍ଯ୍ୟ ମୂଲ୍ୟରେ ସରକାରୀ ସମବାୟ ସମିତିକୁ କ୍ଷୀର ବିକ୍ରୟ କରିବାକୁ ପଞ୍ଚାୟତ ପକ୍ଷରୁ ଚାଷୀମାନଙ୍କୁ ନିବେଦନ କରାଯାଇଛି ।

Get real time updates directly on you device, subscribe now.