fbpx

କିଏ କହୁଛି ଈଶ୍ୱର ନାହାନ୍ତି: ଶ୍ରାବଣ ମାସରେ ମହାଦେବଙ୍କ ଲିଙ୍ଗରୁ କେମିତି କ୍ଷୀର ବାହାରୁଛି, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ମାନିଲେ ଠାକୁର ନ ମାନିଲେ ପଥର । ଆଜିକାଲିର ଦୁନିଆରେ କିଏ ଠାକୁରଙ୍କୁ ଅବିଶ୍ୱାସ କରୁଛି ତ ଆଉ କିଏ ଶହ ଶହ କିଲୋମିଟର ଦୂର ପାଦରେ ଯାତ୍ରା କରି ପ୍ରଭୁଙ୍କ ଦର୍ଶନ କରୁଛି । ଅନେକ ସମୟରେ ବିଶ୍ୱର କୋଣ ଅନୁକୋଣରେ ଠାକୁରଙ୍କ ଭିନ୍ନ ଭିନ୍ନ ରୂପ ଓ ଗୌରବର ଗାଥା ଦେଖିବାକୁ ମିଳିଥାଏ । ତେବେ ନିକଟରେ ଓଡ଼ିଶାର ବଲାଙ୍ଗିରରେ ଦେବ ଦେବ ମହାଦେବଙ୍କର ମହିମା ପ୍ରକଟିତ ହୋଇଛି ।

ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଶଙ୍ଗ ନିକଟରେ ଥିବା ଏକ ଶିବ ଲିଙ୍ଗରୁ ବାହାରୁଛି କ୍ଷୀର । ଏକଥାକୁ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରିବେ ନାହିଁ । ଶ୍ରାବଣ ମାସ ଆରମ୍ଭରୁ ମହାଦେବଙ୍କର ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ସମସ୍ତ ଶିବ ଭକ୍ତଙ୍କ ପାଇଁ ନିଶ୍ଚିତ ଭାବେ ଏକ ଆତ୍ମସନ୍ତୋଷର କଥା । ତେଣୁ ଭକ୍ତମାନେ ମହାଦେବଙ୍କ ଉକ୍ତ ଲିଙ୍ଗକୁ ଦର୍ଶନ କରିବା ପାଇଁ ଧାଇଁବାରେ ଲାଗିଛନ୍ତି ।

ତେବେ ଜଟାଧାରୀଙ୍କ ଲିଙ୍ଗରୁ କ୍ଷୀର ବାହାରିବା କଥା ଏକ ସାଧାରଣ କଥା ନୁହେଁ । ଏହା ନିଶ୍ଚିତ ଭାବେ ଭଗବାନଙ୍କର ଭକ୍ତ ପ୍ରତି ଅଶେଷ ଭଲପାଇବାର ପ୍ରତିଫଳନ । ଶିବଭକ୍ତମାନଙ୍କୁ ଏହି ଘଟଣା ଚକିତ କରିଦେଇଥିବା ବେଳେ ଏହା ଭୋଲେବାବାଙ୍କର ମହିମା ବୋଲି ସମସ୍ତେ କହୁଛନ୍ତି । ତେବେ ଲିଙ୍ଗରୁ କ୍ଷୀର ଝରୁଥିବା ବେଳର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଶିବଙ୍କ ପାଖକୁ ଯାଇ ଦର୍ଶନ କରିବାରୁ ବଞ୍ଚିତ ହେଉଥିବା ଭକ୍ତମାନେ ଏହି ଭିଡିଓ ମାଧ୍ୟମରେ ମହାଦେବଙ୍କ ଅଲୌକିକ ଶକ୍ତିକୁ ସ୍ୱଚକ୍ଷୁରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିପାରୁଛନ୍ତି ।

Get real time updates directly on you device, subscribe now.