ନିଲମ୍ବିତ ହେଲେ ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ, ସୂଚନା ଦେଲେ ଖଣି ମନ୍ତ୍ରୀ

ମାଇନିଂ ଅଫିସର ନିଲମ୍ବିତ

ଭୁବନେଶ୍ୱର: ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଖିଲାପ ପାଇଁ ସରକାର ନେଲେ କାର୍ଯ୍ୟନୁଷ୍ଠାନ । ରାଜେନ୍ଦ୍ରଙ୍କ କାର୍ଯ୍ୟ ଉପରେ ଥିଲା ତୀକ୍ଷଣ ନଜର । କାର୍ଯ୍ୟଶୈଳୀରେ ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ସସପେଣ୍ଡ କରାଯାଇଛି । ।

ତାଙ୍କୁ ସସପେଣ୍ଡ କରି ଚେତାବନୀ ଦେଲେ ସରକାର । ଅନ୍ୟାନ୍ୟ ମାଇନିଂ ଅଫିସରଙ୍କ ଉପରେ କଡ଼ା ନଜର ରହିଛି । କାର୍ଯ୍ୟରେ ଖିଲାପ ଦୃଷ୍ଟିଗୋଚର ହେଲେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ସରକାର କହିଛନ୍ତି ।

ଏନେଇ ଏକ୍ସରେ ଟ୍ୱିଟ କରି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆଙ୍କ କାର୍ଯ୍ୟ ଉପରେ ସରକାର ତୀକ୍ଷଣ ଦୃଷ୍ଟି ରଖି ଆସିଥିଲେ ଓ ତାଙ୍କ କାର୍ଯ୍ୟଶୈଳୀରେ କୌଣସି ଉନ୍ନତି ପରିଲକ୍ଷିତ ନ ହେବା ଯୋଗୁଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ସେ ଆହୁରି ଲେଖିଛନ୍ତି ଯେ, ଏଥି ସହିତ ଅନ୍ୟାନ୍ୟ ମାଇନିଙ୍ଗ ଅଫିସରମାନଙ୍କ କାର୍ଯ୍ୟଧାରା ଉପରେ ସରକାର ତୀକ୍ଷଣ ଦୃଷ୍ଟି ରଖିଛନ୍ତି । କାର୍ଯ୍ୟରେ କୌଣସି ଖିଲାପ ଦୃଷ୍ଟି ଗୋଚର ହରଲର ସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।