fbpx

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ନାବାଳକ ଫେରାର୍

ରଘୁନାଥପୁର (ଭାସ୍କର ନ୍ୟୁଜ୍‌): ରଘୁନାଥପୁର ଥାନା ଅନ୍ତର୍ଗତ ଜିରା ଗ୍ରାମର ଜନୈକା ନାବାଳିକାକୁ ଉକ୍ତ ଗ୍ରାମର ଜନୈକ ନାବାଳକ ଦୁଷ୍କର୍ମ କରିଥିବା ରଘୁନାଥପୁର ଥାନାରେ ଅଭିଯୋଗ ହୋଇଛି । ରଘୁନାଥପୁର ଥାନା ଅଧିକାରୀ ଦେବେନ୍ଦ୍ର ମହାପାତ୍ର ଅଭିଯୋଗ ପାଇ ଥାନା ଉପନିରୀକ୍ଷକ ହିତାୟତ ମହମ୍ମଦଙ୍କୁ ଉକ୍ତ ଘଟଣାର ତଦନ୍ତ କରି ତୁରନ୍ତ ଆସାମୀକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉପନିରୀକ୍ଷକ ଶ୍ରୀ ମହମ୍ମଦ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଚଳାଇଛନ୍ତି । ଆସାମୀକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ପାରିନାହିଁ।

Get real time updates directly on you device, subscribe now.