fbpx

‘ମୁଁ ମନ୍ତ୍ରୀଙ୍କ ପୁଅ, ମୋତେ ବାଟ ଛାଡ଼, ନଚେତ୍ ଗୋଟିଏ ଫୋନ୍ କଲରେ…କରିଦେବି’, ଫାୟାରଷ୍ଟେସନ ଛକରେ ଯୁବକଙ୍କ ହାଇଭୋଲଟେଜ୍ ଡ୍ରାମା

ଭୁବନେଶ୍ୱର, (ଓଡିଶା ଭାସ୍କର): ଗତକାଲି ସପ୍ତାହାନ୍ତ ସଟଡାଉନ୍ ଥିବାରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂ କରାଯାଉଥିଲା । ଫାୟାର ଷ୍ଟେସନଠାରେ ଚେକିଂ କରାଯାଉଥିବା ସମୟରେ ଜୀବନ ଜ୍ୟୋତି ନାମକ ଜଣେ ଯୁବକ ନୟାପଲ୍ଲୀ ପଟୁ ସ୍କୁଟିରେ ଆସୁଥିଲେ । ପୋଲିସ ତାଙ୍କୁ ଅଟକାଇବା ସହ ପରିଚୟପତ୍ର ଦେଖାଇବାକୁ କହିଥିଲା । ଏହାପରେ ଜୀବନ ଭୀଷଣ ରାଗିଯିବା ସହ ନିଜକୁ ମନ୍ତ୍ରୀଙ୍କ ପୁଅ ବୋଲି ପରିଚୟ ଦେଇ ପୋଲିସକୁ ଗାଳି କରିଥିଲେ । ଯୁବକ କହିଥିଲେ- ‘ମୁଁ ମନ୍ତ୍ରୀଙ୍କ ପୁଅ, ମୋତେ ବାଟ ଛାଡ଼, ନଚେତ୍ ଗୋଟିଏ ଫୋନ୍ କଲରେ ତୁମର ଚାକିରି ନେଇଯିବି ।’

ଯୁବକଙ୍କ ହାବଭାବରୁ ସେ ମଦ୍ୟପାନ କରିଥିବା ପୋଲିସ ଜାଣିପାରିଥିଲା । ତେଣୁ ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । ଯୁବକ ଜଣକ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବନ୍ଧୁଙ୍କ ପୁଅ ବୋଲି ପରେ ଜଣାପଡ଼ିଥିଲା । ଯୁବକ ଜଣକ ମନ୍ତ୍ରୀଙ୍କ ପୁଅ ବୋଲି ପରିଚୟ ଦେଇ ପୋଲିସକୁ ନାକେଦମ୍ କରିଦେଇଥିଲେ । ପୋଲିସ ଉକ୍ତ ଯୁବକ ଜୀବନଙ୍କୁ ଖଣ୍ଡିଗିରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.