fbpx

ଲକଡାଉନ୍ ସମୟରେ ବିଚ୍ ରାସ୍ତାରେ ମହିଳାଙ୍କ ବେକ କାଟି ଲୁଟ୍ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଲକଡାଉନ୍ ସମୟରେ ରାଜ୍ କରୁଛନ୍ତି ଲୁଟେରା । ଆଜି ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ରୋଡରେ ଜଣେ ଲୁଟେରା ଆସି ମହିଳାଙ୍କ ଉପରେ ଛୁରୀରେ ଆକ୍ରମଣ କରି ଲୁଟ୍ କରିବାକୁ ଉଦ୍ୟମ କରିଛି । ଏହା ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଯାଇଛି । ଏଥିରୁ ଜଣାପଡୁଛି ଯେ, ଲକଡାଉନ୍ ସମୟରେ ରୋଡରେ କେହି ନଥିବା ସମୟରେ ଉକ୍ତ ଲୁଟେରା ମାନେ ସକ୍ରିୟ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ନୟାପଲ୍ଲୀ ଭିଆଇପି ରୋଡରେ ମହିଳା ଜଣକ ପରିବା ଆଣିବା ପାଇଁ ଯାଉଥିବା ସମୟରେ ତାଙ୍କୁ ଏକ ଦୁର୍ବୁତ୍ତ ଏକୁଟିଆ ଦେଖି ଧାରୁଆ ଛୁରୀରେ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ଏଥିରେ ମହିଳା ଜଣଙ୍କ ଆହାତ ହୋଇଛନ୍ତି । ବର୍ତ୍ତମାନ ମହିଳା ଜଣକ ଗୁରୁତର ଅବସ୍ଥାରେ ନୟାପଲ୍ଲୀସ୍ଥିତ ଏକ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.