fbpx

କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ନୂଆକରି ଗଠନ ହେଲା ସମବାୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ସରକାରୀ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ନୂଆ କରି ସମବାୟ ମନ୍ତ୍ରଣାଳୟ ଗଠନ କରିଛନ୍ତି । “ସରକାର ସେ ସମୃଦ୍ଧି’କୁ ଫଳପ୍ରଦ କରିବାକୁ ଏହି ମନ୍ତ୍ରଣାଳୟ ଗଠନ କରାଯାଇଥିବା ସୂଚନା ମିଳିଛି ।

ମନ୍ତ୍ରଣାଳୟର ପ୍ରଶାସନିକ ବ୍ୟବସ୍ଥା ଓ କାର୍ଯ୍ୟଧାରା ସ୍ୱତନ୍ତ୍ରଭାବେ କାର୍ଯ୍ୟକାରୀ ହେବ । ସମବାୟକୁ ତୃଣମୂଳସ୍ତରରେ ପହଞ୍ଚାଇବା କ୍ଷେତ୍ରରେ ଏହି ମନ୍ତ୍ରଣାଳୟ ସହଯୋଗ କରିବ ବୋଲି ସୂଚନା ଦିଆଯାଇଥିବା ବେଳେ “ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌’ କ୍ଷେତ୍ରରେ ଏହା ଲାଭଦାୟକ ହୋଇପାରିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.