BREAKING: ଘର ବାହାରେ ଖେଳୁଥିବା ବେଳେ ବ୍ରଜଘାତରେ ଚାଲିଗଲା ନାବାଳକଙ୍କର ଜୀବନ
କେନ୍ଦ୍ରାପଡ଼ା ରାଜନଗର ଶିକାରୀ ପାହି ଗାଁରେ ଘଟିଥିଲା ଏହି ଅଘଟଣ। ୧୩ ବର୍ଷର ନାବାଳକ ଘର ବାହାରେ ଖେଳୁଥିବା ସମୟରେ ବ୍ରଜଘାତ ମାରିଥିଲା।
ରାଜନଗର: ବ୍ରଜଘାତରେ ଚାଲିଗଲା ନାବାଳକଙ୍କର ଜୀବନ। ଘର ବାହାରେ ଖେଳୁଥିବା ବେଳେ ଘଟିଥିଲା ଅଘଟଣ।
କେନ୍ଦ୍ରାପଡ଼ା ରାଜନଗର ଶିକାରୀ ପାହି ଗାଁରେ ଘଟିଥିଲା ଏହି ଅଘଟଣ। ୧୩ ବର୍ଷର ନାବାଳକ ଘର ବାହାରେ ଖେଳୁଥିବା ସମୟରେ ବ୍ରଜଘାତ ମାରିଥିଲା।
ସେହି ସ୍ଥାନରେ ହିଁ ୧୩ ବର୍ଷର ନାବାଳକ ଟଳି ପଡ଼ିଥିଲେ। ତୁରନ୍ତ ପରିବାର ଲୋକ ପୁଅକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ।
ନାବାଳକଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।