fbpx

ଦୁଷ୍କର୍ମରୁ ମା’ ହୋଇଗଲେ ନାବାଳିକା; ତା’ପରେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍କୁଲ୍ ସାଙ୍ଗ କରିଦେଲା ଦୁଷ୍କର୍ମ । ବାସ୍, ପରିଣାମରେ ମା’ ହୋଇଗଲେ ନାବାଳିକା । ଏଭଳି ଅଭାବନୀୟ ପରିସ୍ଥିତି ଲାଗି ପୀଡ଼ିତା ଏବେ ବଡ଼ ସଂକଟ ସ୍ଥିତିରେ । ଅଭିଯୋଗ ଅନୁସାରେ ସପ୍ତମ ଶ୍ରେଣୀରେ ପଢୁଥିବା ଝିଅକୁ ସହପାଠୀ ପୁଅ ଦୁଷ୍କର୍ମ କରିଥିଲା । ଏହାପରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଜଣାପଡ଼ିଛି ।

ଏନେଇ ପୀଡ଼ିତାଙ୍କ ମା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ମା’ଙ୍କ ଅଭିଯୋଗ ଅନୁସାରେ ସପ୍ତମ ଶ୍ରେଣୀରେ ପଢୁଥିବା ତାଙ୍କ ଝିଅକୁ ତା’ ସହପାଠୀ ଶାରୀରିକ ନିର୍ଯାତନା ଦେଇଥିଲେ । କେବଳ ଏତିକି ନୁହେଁ, ଅନ୍ତରଙ୍ଗ ସମୟର ଫଟୋକୁ ନେଇ ବ୍ଲାକମେଲ କରିଥିଲେ । ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ତନାଘନା କରିବା ପରେ ଜଣାପଡ଼ିଥିଲା ଯେ ଦୁଷ୍କର୍ମ କରିଥିବା ନାବାଳକ ସପରିବାର ବାଂଲାଦେଶକୁ ଚାଲିଯାଇଛି । ସେଠାରେ ତା ଜେଜେ ରହୁଥିବା ଜଣାପଡ଼ିଛି ।

ଏଭଳି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଘଟିଥିବାବେଳେ ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଦତ୍ତପୁଲିଆ ପଞ୍ଚାୟତର ଜଣେ ବ୍ୟକ୍ତି ଅଭିଯୁକ୍ତ ଛାତ୍ର ଏବଂ ତାଙ୍କ ପରିବାରକୁ ବାଂଲାଦେଶକୁ ଖସିଯିବାରେ ସାହାଯ୍ୟ କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତିକ ଛକାପଞ୍ଝା ବି ସୃଷ୍ଟି ହୋଇଛି । ବିଜେପିର ଜଣେ ବ୍ୟକ୍ତି ନାବାଳକକୁ ଖସିଯିବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିବାବେଳେ ଏହାକୁ ଭିତ୍ତିହୀନ ବୋଲି କହିଛି ବିଜେପି । ପୀଡ଼ିତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ବିଜେପି ଚେଷ୍ଟା କରୁଛି ବୋଲି କହିଥିବାବେଳେ ତୃଣମୁଳ କଂଗ୍ରେସ ଏହି ଘଟଣା ଅତ୍ୟନ୍ତ ଦୁଖଦାୟକ ବୋଲି କହିଛି ।

Get real time updates directly on you device, subscribe now.