ପୁରୀ: ପିଲା ଯେତେ ବଡ ହୋଇ ହୋଇ ଯାଉଛନ୍ତି ତାଙ୍କ ମାନସିକ ଅବସ୍ଥା ସେତେ ବିକୃତ ହୋଇ ହୋଇ ଯାଉଛି। ସେମାନେ ହିଂସ୍ର ପାଲଟି ଯାଉଛନ୍ତି। ସେଥିପାଇଁ ଆଜି ବେଶୀ ମାତ୍ରାରେ ଦୁଷ୍କର୍ମର ଘଟଣା ସାମ୍ନାକୁ ଆସୁଛି। ସେହିଭଳି ଏକ ଘଟଣା ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀରେ ଦେଖିବାକୁ ମିଳିଛି।
ସତ୍ୟବାଦୀ ନିକଟସ୍ଥ ବଳଙ୍ଗା ଥାନାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ପଡିଶା ଘରର ଜଣେ ଯୁବକ ଘରକୁ ପାଣି ପିଇବା ବାହାନାରେ ଆସି ତାଙ୍କ ଝିଅକୁ ଦୁଷ୍କର୍ମ କରିଛନ୍ତି।
ଦୁଷ୍କର୍ମ ପରେ ପୀଡିତା ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସେଠାରେ ଚିକିତ୍ସିତ ହେଉଛନ୍ତି।
ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।