fbpx
BSKY SKY
BSKY SKY

‘ନାବାଳିକାଙ୍କ ସହମତି ସହମତି ନୁହେଁ’, ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ୍ ଖାରଜ କଲେ ହାଇକୋର୍ଟ

BSKY

ନୂଆଦିଲ୍ଲୀ: ଶାରିରିକ ସମ୍ପର୍କ ରଖିବା ପାଇଁ ନାବାଳିକାଙ୍କ ସହମତି ସହମତି ନୁହେଁ। ଏଭଳି କିଛି କହି ୧୬ ବର୍ଷୀୟ ଯୁବତୀର ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହା ସହିତ ଆଦାର କାର୍ଡରେ ନାବାଳିକାଙ୍କ ଜନ୍ମ ତାରିଖ ବଦଳାଇବାକୁ ଏକ ଗମ୍ଭୀର ଅପରାଧ ବୋଲି କୋର୍ଟ କହିଛନ୍ତି । କୋର୍ଟ ଏହି ମାମଲାର ଶୁଣାଣି ସମୟରେ କହିଥିଲେ ଯେ, ଯାହା ପ୍ରତିତ ହେଉଛି ବ୍ୟକ୍ତି ଜଣକ ନାବାଳିକାଙ୍କର ଆଧାର କାର୍ଡରେ ଜନ୍ମ ତାରିଖରେ ପରିବର୍ତ୍ତନ କରି ଏହା ପ୍ରମାଣିତ କରିବାକୁ ଚାହୁଁଥିଲେ କି ଶାରୀରିକ ସମ୍ପର୍କ ରଖିବା ସମୟରେ ଯୁବତୀ ଜଣକ ନାବାଳିାକ ନଥିଲେ।

ଯେତେବେଳେ କି ଘଟଣା ସମୟରେ ନାବାଳିକା ୧୬ ବର୍ଷ ବର୍ଷର ଓ ଯୁବକ ଜଣକ ୨୩ ବର୍ଷର ଥିଲେ। ତେବେ ସେ ପୁର୍ବରୁ ବିବାହିତ ଥିବାରୁ ଜାମିନ ପାଇଁ ତାଙ୍କର କୌଣସି ଅଧିକାର ନାହିଁ। ଏହା ସହିତ ନାବାଳିକାର ସହମତି ଆଇନ୍ ଆଗରେ କୌଣସି ସହମତି ନୁହେଁ ବୋଲି ବିଚାରପତି ଜସମିତ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ରେ ନାବାଳିକାଙ୍କର ବାପା ଝିଅ ନିଖୋଜ ଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପରେ ନାବାଳିକାଙ୍କୁ ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରୁ ଉଦ୍ଧାର କରାଯାଇଥିଲା ଏବଂ ଘରକୁ ଅଣାଯାଇଥିଲା । ଯୁବକଙ୍କ ସହିତ ଠାବ ହୋଇଥିବା ନାବାଳିକା ମାଜିଷ୍ଟ୍ରେଟ୍‌ଙ୍କ ଆଗରେ କହିଥିଲା କି, ‘ସେ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ପ୍ରାୟ ଦେଢ଼ ମାସ ଏକାଠି ଥିଲେ । ଆଗକୁ ଯୁବତି ଜଣକ ଏହା ମଧ୍ୟ କହିଥିଲା କି ଯୁବକ ଜଣକ ତାର ସହମତି ସହିତ ଶାରୀରିକ ସମ୍ପର୍କ ରଖିଥିଲା ଏବଂ ସେ ତାହା ସହିତ ରହିବାକୁ ଚାହୁଁଛି।’ ତେବେ ୨୦୧୯ରୁ ସେ ଜେଲ୍‌ରେ ଥିବାରୁ ବର୍ତ୍ତମାନ ଯୁବକ ଜଣକ ଏହି ଆଧାରରେ ଜାମିନ ମାଗିଥିଲା।

ବିଚାରପତି କହିଛନ୍ତି, ‘ବର୍ତ୍ତମାନ ମାମଲାରେ ମୁଁ ଭା ମାନି ନେଉଛି ଯେ, ଘଟଣା ସମୟରେ ନାବାଳିକାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା। ଯେତେବେଲେକି ଆବେଦନକାରୀଙ୍କ ବୟସ ୨୩ ବର୍ଷ ଥିଲା ଏବଂ ସେ ପୂର୍ବରୁ ବିବାହିତ ଥିଲେ। କେବଳ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଯୁବତୀଙ୍କର ଆଧାର କାର୍ଡରେ ସଂଶୋଧନ କରାଯାଇଥିଲା ଯାହା ଦର୍ଶାଇବା ଉଦ୍ଦେଶ୍ୟରେ କି ସେ ନାବାଳିକା ନୁହଁନ୍ତି। ତେଣୁ ଦୋଷୀଙ୍କୁ ଏହି ମାମଲାରେ କୋର୍ଟ ଏବେ ଜାମିନ ଦେଇ ନାହାନ୍ତି।

Get real time updates directly on you device, subscribe now.