Breaking: ନାବାଳକର ଉନ୍ମକ୍ତ କାଣ୍ଡ, ଗୁଣି ସନ୍ଦେହ କରି ବ୍ୟକ୍ତିଙ୍କୁ ଛୁରୀ ଭୁଷିଦେଲେ

ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଉପରେ ଛୁରାମାଡ଼। ଆଉ ଛୁରୀ ଭୁଷିଛି ଜଣେ ନାବାଳାକ।

ରେଢ଼ାଖୋଲ: ଗୁଣି ସନ୍ଦେହରେ ଛୁରାମାଡ଼। ଆଉ ଛୁରାମାଡ କରିଛି ଜଣେ ନାବାଳକ। ତାଙ୍କ ଘର ଉପରେ ଗୁଣି ହେଉଥିବା ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଛି ଜଣେ ନାବାଳକ।

ହେଲେ ନାବାଳକ ମୁଣ୍ଡରେ ଗୁଣି ଗାରେଡି କଥା ଅନ୍ୟ କେହି ପୁରାଇଛନ୍ତି। ନା ସେ ନିଜେ ନିଜେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ଏବେସୁଦ୍ଧା ଜଣାପଡିନାହିଁ। ହେଲେ ଛୁରାମାଡ଼ରେ ଗୁରୁତର ବ୍ୟକ୍ତି ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରେଢାଖୋଲ ଚାରମାଳ ଅଞ୍ଚଳରେ। ଗୁଣି ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ଡଜୀବନରୁ ମାରିଦେବାକୁ ଛୁରାମାଡ଼ ହୋଇଛି। ଆଉ ଛୁରାମାଡ଼ କରିଛି ଜଣେ ନାବାଳକ। ପରେ ଘଟଣା ସମ୍ପର୍କରେ ସୂଚନା ପାଇ ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି ଚାରମାଳ ଥାନା ପୋଲିସ।