fbpx

କ୍ରିକେଟର ଭଗବାନଙ୍କୁ ଭେଟିଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ: କ୍ରିକେଟର ଭଗବାନ ତଥା କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି ଭାରତୀୟ ଭାରୋତ୍ତଳିକା ମୀରାବାଇ ଚାନୁ । ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଚାନୁ ବୁଧବାର ସଚିନ ତେନ୍ଦୁଲକରଙ୍କୁ ମୁମ୍ବାଇରେ ଭେଟିଛନ୍ତି । ଚାନୁ ୪୯ କିଗ୍ରା ବର୍ଗରେ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଥର ପାଇଁ ପ୍ରଥମ ଦିନରେ ପଦକ ହାସଲର ଗୌରବ ହାସଲ କରିଥିଲା ଭାରତ । ଏହା ସହିତ ୨୧ ବର୍ଷ ପରେ ଭାରୋତ୍ତଳନରେ ଦ୍ୱିତୀୟ ପଦକ ହାସଲ କରିଥିଲେ ।

ପ୍ରଥମ ଦିନରେ ରୌପ୍ୟ ପଦକ ସହିତ ଇତିହାସ ରଚିଥିବା ଚାନୁଙ୍କ ପାଇଁ ପୁରସ୍କାରର ସୁଅ ଛୁଟିଥିଲା । ଏହା ସହିତ ବୁଧବାର ମୁମ୍ବାଇରେ ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି ମୀରାବାଇ ଚାନୁ । ଚାନୁ ସଚିନଙ୍କୁ ଭେଟିବା ପରେ ଟ୍ୱିଟ୍ କରି ସଚିନଙ୍କ ସହିତ ନିଜର ଫଟୋ ଶେୟାର କରିଛନ୍ତି । ସଚିନ ସାରଙ୍କୁ ଭେଟିବା ମୋତେ ବହୁତ ଖୁସି ଦେଇଛି । ସଚିନଙ୍କ ଶବ୍ଦ ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ରହିବ ବୋଲି କହିଛନ୍ତି ଚାନୁ । ଏହାପରେ ଚାନୁଙ୍କ ଟ୍ୱିଟର ଜବାବ ଦେଇଥିଲେ ସଚିନ । ସଚିନ କହିଥିଲେ ଆପଣଙ୍କ ସହିତ ମିଶି ମୁଁ ମଧ୍ୟ ସମାନ ଭାବରେ ଗର୍ବିତ । ଟୋକିଓରେ ଆପଣଙ୍କ ଯାତ୍ରା ଏକାଧିକ ପିଢିଙ୍କୁ ଅନୁପ୍ରାଣିତ କରିବ ବୋଲି ସଚିନ ଲେଖିଛନ୍ତି ।

Get real time updates directly on you device, subscribe now.