fbpx

Mirzapur Season 3: ଫ୍ରୀରେ କେମିତି ଦେଖିବେ ମିର୍ଜାପୁର ସିରିଜ, ଜାଣନ୍ତୁ…

Advertisement

ଓଡିଶା ଭାସ୍କର: ମର୍ଜାପୁର ୩ (Mirzapur 3) କୁ ଅନେକ ଦିନରୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କର ଅପେକ୍ଷାର ଅନ୍ତ ଘଟିଛି । ଏହି ୱେବ ସିରିଜ ଓଟିଟି ଫ୍ଲାଟଫର୍ମରେ ରିଲିଜ ହୋଇସାରିଛି । ସିରିଜରେ ଏଥର ଅଭିନେତା ପଙ୍କଜ ତ୍ରିପାଠୀ, ଅଲି ଫଜଲ, ଶ୍ୱେତା ତ୍ରିପାଠୀ ତଥା ବିଜୟ ବର୍ମା ନଜର ଆସୁଛନ୍ତି । ମିର୍ଜାପୁରର ସିଜନ, ୩ ବର୍ଷର ସବୁଠୁ ଚର୍ଚ୍ଚିତ ଶୋ’ ଅଟେ । ତେବେ ଆପଣ ଏହାକୁ ପ୍ରାଇମ୍ ଭିଡିଓରେ ଫ୍ରୀରେ ଦେଖିବାକୁ ଚାହାନ୍ତି, ତେବେ ସତରେ ତାହା ଆପଣଙ୍କ ପାଇଁ ଏବେ ଫ୍ରୀରେ ଉପଲବ୍ଧ ।

ଏତେ ବଡ ଫ୍ୟାନ ବେସ ସିରିଜ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଛି । ତାହାସହ ଫ୍ୟାନ୍ସଙ୍କୁ ମଧ୍ୟ ମାଗଣାରେ ଏହାକୁ ଦେଖିବା ପାଇଁ ସଯୋଗ ମିଳିପାରିବ । ସାଧାରଣତଃ ଆମାଜନ ପ୍ରାଇମ ଭିଡିଓ ନୂଆ ୟୁଜର୍ସଙ୍କୁ ଗୋଟିଏ ମାସ ପାଇଁ ଫ୍ରୀ ଟ୍ରାୟଲ ଦେଇଥାଏ । ଏହି ଅଫରର ଲାଭ ଉଠେଇବା ପାଇଁ ଜଣେ ନିଜର ଆମାଜନ ପ୍ରାଇମ ଆକାଉଣ୍ଡରେ କ୍ରେଡିଟ କାର୍ଡକୁ ସଂଯୋଗ କରିବାକୁ ହେବ । ମାତ୍ର ଏଥିରେ କର୍ପୋରେଟ ଲାଇନ ଅଫ କ୍ରେଡିଟ କାର୍ଡ, ଚେକିଂ ଆକାଉଣ୍ଡ, ପ୍ରିପେଡ କ୍ରେଡିଟ କାର୍ଡର ବ୍ୟବହାରରେ ଫ୍ରୀ ଦେଖି ପାରିବେ ନାହିଁ ।
ମିର୍ଜାପୁର ଅଖଣ୍ଡାନନ୍ଦ ତ୍ରିପାଠୀଙ୍କ ଜୀବନୀ ଉପରେ ଆଧାରିତ । ଏହାକୁ ରିତେଶ ସିଧୱାନୀ ଓ ଫରହାନ ଅଖତର ତିଆରି କରିଛନ୍ତି । ଏହା ପ୍ରଥମେ ୨୦୧୮ ମସିହାରେ ପ୍ରାଇମ ଭିଡିଓରେ ରିଲିଜ କରାଯାଇଥିଲା । ଏହା ପରେ ଏହାର ଦ୍ୱିତୀୟ ଓ ତୃତୀୟ ଭାଗ ପରେ ଆସିଛି ।

 

View this post on Instagram

 

A post shared by Mirzapur Amazon (@yehhaimirzapur)

Get real time updates directly on you device, subscribe now.