fbpx

ଉତ୍କଳ ବିଶ୍ୱବିଦ୍ୟାଳୟରେ ବୁଲିଲା ଖଣ୍ଡା, ଛାତ୍ରଛାତ୍ରୀଙ୍କ ଗାଡ଼ିବି ଭାଙ୍ଗିଲେ ଦୁର୍ବୁତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍କଳ ୟୁନିଭର୍ସିଟିରେ କିଛି ଅସମାଜିକ ଯୁବକ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି । ଖାଲି ସେତିକି ନୁହେଁ ଏହି ଅସାମାଜିକ ଯୁବକମାନେ ବିଶ୍ୱବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଖଣ୍ଡା ବୁଲାଇଥିଲେ । ଫଳରେ କିଛି ସମୟ ପାଇଁ ବାଣୀବିହାର ପରିସରରେ ଆତଙ୍କ ବାତାବରଣ ସୃଷ୍ଟି କରିଥିଲେ । ଖବର ପାଇ ଘଟଣା ସ୍ଥଳକୁ ନିକଟସ୍ଥ ସହିଦନଗର ଥାନା ଅଧିକାରୀ ଆସି ଯାଞ୍ଚ କରିଥିଲେ । ପୋଲିସ ଆସିବା ପୁର୍ବରୁ ଦୂର୍ବୁକ୍ତ ମାନେ ଘଟଣା ସ୍ଥଳରୁ ଚାଲିଯାଇଥିଲେ ।

ତେବେ ବିଶ୍ୱବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ କରି ଗଣ୍ଡୋଗୋଳ କରିଥିବା ଅଭିଯୋଗ କରି ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି ଶିକ୍ଷାର୍ଥୀ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠାଇଲେ ପ୍ରଶ୍ନ । ତେବେ ଘଟଣା ସମ୍ପର୍କରେ ଖବର ପାଇଁ ସହିଦନଗର ଥାନା ଆଇଆଇସି ହିମାଂଶୁ ଭୁଷଣ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି , ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଏବେ ବିଶ୍ୱବିଦ୍ୟାଳୟରେ ଅଧିକ ସୁରକ୍ଷା ଯୋଗାଇଦେବା ପ୍ରତିଶ୍ରୁତି ଦେବା ପରେ ଶିକ୍ଷାର୍ଥୀ ଆନ୍ଦୋଳନରୁ ଉଠିଛନ୍ତି ।

Get real time updates directly on you device, subscribe now.