fbpx

ପରୀକୁ ହତ୍ୟା ପରେ ଦୁଷ୍କର୍ମ କରିଛି ଅଭିଯୁକ୍ତ: ଅରୁଣ

ନୟାଗଡ,୨୨ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲରେ ଆଜି ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି ଯେ, ‘ଯଦୁପୁରର ସରୋଜ ସେଠୀକୁ ଗିରଫ କରାଯାଇଛି । ସରୋଜ ସେଠୀକୁ ରିମାଣ୍ଡରେ ଆଣିବାକୁ ଆବେଦନ ହୋଇଛି । ୨୨ ବର୍ଷର ଅଭିଜ୍ଞତା ଭିତରେ ଏହା ଅତି ବିଭତ୍ସ ଘଟଣା ।’

ତେବେ ପରୀ ଓ ଅଭିଯୁକ୍ତର ପରିବାର ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା । ସରୋଜଙ୍କ ସାନ ଭଉଣୀ ସହ ନାବାଳିକାର ଭଲ ସମ୍ପର୍କ ଥିଲା । ୧୩ରେ ନାବାଳିକାେ ସରୋଜ ଘରକୁ ଜାମୁକୋଳି ଖାଇବାକୁ ଯାଇଥିଲା । ୧୪ ତାରିଖରେ ବି ନାବାଳିକା ଜଣକ ଜାମୁକୋଳି ଖାଇବାକୁ ସରୋଜଙ୍କ ଘରକୁ ଯାଇଥିଲା । ଘରେ କେହି ନଥିବା ବେଳେ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ପ୍ରତିବାଦ କରିବାକୁ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ ସରୋଜ । ଏହା ପରେ ମୃତ ଦେହକୁ ଅଖାରେ ରଖି ପୋଖରୀରେ ଫିଙ୍ଗି ଦେଇଥିଲା । ଅଧିକ ପ୍ରମାଣ ପାଇଁ ଯଦୁପୁରରେ ଥିବା ପୋଖରୀକୁ ଶୁଖାଯାଉଛି । ଘଟଣାରେ ଏପର୍ଯ୍ୟନ୍ତ ଆଇ ୱିଟେନେସ୍ ଆମକୁ ମିଳିନାହିଁ । ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ଚାଲିଛି । ହତ୍ୟା ପରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଅଶ୍ଲୀଳ ଚଳଚ୍ଚିତ୍ର ଦେଖି ଅଭିଯୁକ୍ତ ଏସବୁ କାଣ୍ଡ କରିଥିଲା ବୋଲି ଅରୁଣ କହିଛନ୍ତି ।

Get real time updates directly on you device, subscribe now.