ବଲାଙ୍ଗୀରରେ ଶିଶୁ ବଳି ଅଭିଯୋଗ, ପୋଲିସ କରୁଛି ତଦନ୍ତ

ବଲାଙ୍ଗୀର: ବଲାଙ୍ଗୀରରେ ବଳି ଅଭିଯୋଗ । ନାବାଳକକୁ କେହି ବଳି ଦେଇଥିବା ପରିବାର ପକ୍ଷରୁ ହୋଇଛି ସଂଗୀନ ଅଭିଯୋଗ । ଗତକାଲି ନିଖୋଜ ଥିବା ନାବାଳକର ମୃତ ଦେହ ଆଜି ଝଲିଆଲିଟି ପାହାଡ ଉପରେ ଠାବ କରିଛି ପୋଲିସ୍। ମୃତକ ନାବାଳକ ଜଣକ ହେଲେ ଲାଠୋର ଥାନା ଜଳପାଙ୍କେଲ ଗାଁର ସମୋନାଥ ବେମାଲ। ସୋମନାଥଙ୍କୁ ବଳି ଦେଇ ମାରି ଦେଇଥିବା ପରିବାର ଲୋକ ଗଣମାଧ୍ୟମ ଆଗରେ କରିଛନ୍ତି ଅଭିଯୋଗ ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅଧୀନ ଜଳପାଙ୍କେଲ ଗ୍ରାମର ନାବାଳକ ସୋମନାଥ ବେମାଳ ଗତ କାଲି ଅପରାହ୍ନରୁ କୁଆଡେ ଚାଲି ଯାଇଥିଲେ । ପରିବାର ବହୁତ ଓ ଗ୍ରାମବାସୀ ବହୁତ ଖୋଜା ଖୋଜି କଲା ପରେ ନିରାଶ ହୋଇ ଶେଷରେ ଲଠୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ରାତି ସାରା ପିଲାଟିକୁ ଖୋଜି ଖୋଜି ପାଇ ନ ଥିବା ବେଳେ ଆଜି ସକାଳୁ ଖବର ପାଇ ନିକଟସ୍ଥ ଗ୍ରାମ ଝଲିଆଲିଟି ପାହାଡ଼ ରୁ ମୃତ ଦେହ ଜବତ କରିଛି ।

ଏନେଇ ପରିବାର ଲୋକେ ଏହା କେଉଁ ଖଳ ପ୍ରକୃତିର ଲୋଜ ଗୁଣି ଗାରେଡି କରିବାକୁ ପୁଅକୁ ବଳି ଦେଇ ହତ୍ୟା କରିଥିବା ସନ୍ଦେହ କରିଛନ୍ତି । ପୋଲିସ ନିଖୋଜା ନାବାଳକାର ଶବ ଉଦ୍ଧାର କରି ଥିବା ବେଳେ ଘଟଣାସ୍ଥଳରେ ସାଇନଟିଫିକ ଦଳ ପହଞ୍ଚି ତଦନ୍ତରେ ସାମିଲ ହୋଇଛି ବୋଲି ଲାଠୋର ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।

ତେବେ ତଦନ୍ତ ପରେ ପରିବାରର ଅଭିଯୋଗରେ କେତେ ସତ୍ୟାସତ୍ୟ ରହିଛି ତାହା ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.