fbpx

(Video) ଢେଙ୍କାନାଳ ଜିଲ୍ଲାର ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ନିଖୋଜ ସ୍ୱାମୀ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢେଙ୍କାନାଳ ଜିଲ୍ଲାର ସମିତି ସଭ୍ୟା ପ୍ରାର୍ଥନୀଙ୍କ ନିଖୋଜ ସ୍ୱାମୀ ଚିନ୍ମୟ କୁମାର ଦାସଙ୍କ ସନ୍ଧାନ ମିଳିଛି । ଚିନ୍ମୟଙ୍କୁ ଟାଉନ ଥାନା ବାଜିଚୌକ ଓଭରବ୍ରିଜ ତଳୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଚିନ୍ମୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଚିନ୍ମୟ କିପରି ବ୍ରିଜ ତଳକୁ ଗଲେ, ତାଙ୍କୁ ସେଠାକୁ କିଏ ନେଇଥିଲା ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ଚିନ୍ମୟଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି କେହି ଅପହରଣ କରିଥିବା ଅନୁମାନ କରାଯାଉଥିଲ ।ା ତେଣୁ ତାଙ୍କର ପତ୍ନୀ ଭାରତୀ ରଥ ଭୟଭୀତ ହୋଇ ତାଙ୍କର ଭୋଟ ଦରକାର ନାହିଁ, ସ୍ୱାମୀ ଦରକାର ବୋଲି ମିଡ଼ିଆରେ କାନ୍ଦି କାନ୍ଦି ଆକୁଳ ନିବେଦନ କରିଥିଲେ ।

ସୂଚନାଯୋଗ୍ୟ ଯେ, ମତଦାନ ପୂର୍ବରୁ ସଦର ବ୍ଲକର ୨ ନମ୍ବର ଜିଲ୍ଲା ପରିଷଦ ଜୋନର ସାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀନୀ ଭାରତୀ ରଥଙ୍କ ସ୍ୱାମୀ ଚିନ୍ମୟ କୁମାର ଦାସ ନିଖୋଜ ହୋଇଯାଇଥିଲେ । ଚିନ୍ମୟ ଘରକୁ ଫେରୁଥିବା ବେଳେ ରାସ୍ତାରେ କିଛି ଲୋକ ତାଙ୍କୁ ଅଟକାଇଥିଲେ । ଏନେଇ ଚିନ୍ମୟ ଫୋନ୍ କରି ତାଙ୍କ ପରିବାରବର୍ଗଙ୍କୁ ଜଣାଇଥିଲେ । ତେବେ ଏହାପରେ ତାଙ୍କର ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା । ଏନେଇ ଚିନ୍ମୟଙ୍କ ପରିବାର ବର୍ଗ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଢୋଲପଶି-ଶାଙ୍କୁଲେଇ ରାସ୍ତାକଡ଼ରୁ ପୋଲିସ ଚିନ୍ମୟଙ୍କ ରକ୍ତଛିଟା ଲଗା ସ୍କୁଟିକୁ ଜବତ କରିଥିଲା ।

Get real time updates directly on you device, subscribe now.