fbpx

ପାଣିରେ ମିଶାଇ ପିଅନ୍ତୁ ଏହି ଜିନିଷ: ମିଳିବ ଚମତ୍କାର ଫାଇଦା, ଦୂର ହେବ ପିରିୟଡସ୍ ସମସ୍ୟା

ଓଡ଼ିଶା ଭାସ୍କର: କେଶର ଏପରି ଏକ ଫୁଲ ଯାହାକୁ ସେବନ କରିବା ଦ୍ୱାରା ଏହା ଆମ ଶରୀରରକୁ ଅନେକ ପ୍ରକାର ଫାଇଦା ଦେଇଥାଏ । ତେବେ ବଜାରରେ ମଧ୍ୟ ଏହାର ମୂଲ୍ୟ ଖୁବ୍ ଅଧିକ ଥାଏ । କାରଣ ଏହି କେଶରରେ ଅନେକ ପ୍ରକାର ଔଷଧିୟ ଗୁଣ ରହିଥାଏ । ଯାହାକି ଆମ ଶରୀରରକୁ ବିଭିନ୍ନ ପ୍ରକାର ସମସ୍ୟାରୁ ରକ୍ଷା କରିଥାଏ । ତେବେ କେଶରରେ ଫାଇବର, ପୋଟାସିୟମ୍, ଭିଟାମିନ୍ ସି, ଭିଟାମିନ୍ ଏ, ଭିଟାମିନ୍ ସି, ମାଙ୍ଗାନିଜ୍, ଆଇରନ୍ ଏବଂ ପ୍ରୋଟିନ୍ ଭଳି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । ତେବେ କେଶରକୁ ସାଧାରଣଃ କ୍ଷୀର, ହାଲୱା, ମିଠା ପରି ଜିନିଷରେ ମିଶା ଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି କେଶରକୁ ପାଣି ସହ ମଧ୍ୟ ମିଶ୍ରଣ କରି ସେବନ କରାଯାଏ । ଯାହା ଦ୍ୱାରା ଏହା ଅନେକ ପ୍ରକାର ଫାଇଦା ଦେଇଥାଏ । ଖାସ୍ କରି ଏହା ପିରିୟଡସ୍ ପରି ସମସ୍ୟାକୁ ଦୂର କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଶର ପାଣି ସେବନ କରିବା ଦ୍ୱାରା ଏହା କମ ଫାଇଦା ଦେଇଥାଏ ।

ସ୍କିନକୁ ସୁନ୍ଦର ରଖିଥାଏ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ କେଶରକୁ ପାଣିରେ ମିଶାଇ ପିଇବା ଦ୍ୱାରା ଚର୍ମ ସମସ୍ୟା ଭଲ ହୋଇଯାଏ । ଏହା ଶରୀରକୁ ଡିଟକ୍ସ କରିବା ପାଇଁ କାମ କରେ ।ଫଳରେ କେଶର ପାଣି ସ୍କିନକୁ କୋମଳ କରିଥାଏ ଏବଂ ଏହାକୁ ଚମକାଇଥାଏ । ଏତତ୍ ବ୍ୟତୀତ ଏହା ଆଣ୍ଟି ଏଜିଙ୍ଗ ପାଇଁ ମଧ୍ୟ କାମ କରେ । ତେବେ କେଶର ପାଣି ପିଇବା ଦ୍ୱାରା ପିମ୍ପଲ୍ ଏବଂ କୁଞ୍ଚନ ସମସ୍ୟା ଦୂର ହୋଇଥାଏ ।

ଓଜନ ହ୍ରାସ: ଓଜନ ହ୍ରାସ କରିବାରେ କେଶର ଜଳ ଲାଭଦାୟକ ହୋଇଥାଏ । ଏହା ଫାଇବରରେ ଭରପୂର ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ମେଟାବୋଲିଜିମ୍ ବୃଦ୍ଧି ପାଇଁ କେଶର କାମ କରେ । ତେଣୁ କେଶର ପାଣି ପିଇବା ଦ୍ୱାରା ଏହା କ୍ଷୁଧାକୁ ନିୟନ୍ତ୍ରଣରେ ରଖେ ଏବଂ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ ।

ପିରିୟଡସ୍ ପାଇଁ ଲାଭଦାୟକ: କେଶର ପାଣି ପିଇବା ଦ୍ୱାରା ଏହା ପିଡିୟଡସ୍ ବା ଋତୁସ୍ରାବ ପାଇଁ ଲାଭଦାୟକ ହୋଇଥାଏ । ଏହା ହରମୋନ୍ ସନ୍ତୁଳନ କରିବା ପାଇଁ କାମ କରେ । ତେବେ ଋତୁସ୍ରାବ ସମୟରେ କେଶର ପାଣି ପିଇବା ଦ୍ୱାରା ପେଟ ଯନ୍ତ୍ରଣା ହୁଏ ନାହିଁ । ଏହା ପେଟ ଯନ୍ତ୍ରଣାରେ ଆରାମ ଦେଇଥାଏ ।

ଦୃଷ୍ଟି ଶକ୍ତିରେ ଉନ୍ନତି କରେ: କେଶର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ହୋଇଥାଏ । ଏହା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ କାମ କରେ । ପାଣି ସହିତ କେଶର ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ । ଏଥିସହିତ ମୋତିଆବିନ୍ଦୁ ହଟାଇବାରେ ମଧ୍ୟ ଏହା ଲାଭଦାୟକ ବୋଲି ବିବେଚନା କରାଯାଏ ।

ଅନିଦ୍ରା ଦୂର ହୁଏ: ଯଦି ଆପଣ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି ତେବେ କେଶରପାଣି ପିଇବା ଲାଭଦାୟକ ହୋଇଥାଏ । କେଶରପାଣି ପିଇବା ଦ୍ୱାରା ଚାପ ଦୂର ହୋଇଥାଏ ଏବଂ ଭଲ ନିଦ ହୋଇଥାଏ ।

Get real time updates directly on you device, subscribe now.