fbpx

ମିଛ କହୁଛନ୍ତି କ୍ୟାପ୍ଟେନ ରିଷଭ! DRS ମାଗି ପୁଣି ମନା କରିଦେଲେ ପନ୍ତ: ବିବାଦ ଆରମ୍ଭ

ନୂଆଦିଲ୍ଲୀ: ଦୀର୍ଘ ୧୪ ମାସ ପରେ ଚଳିତ ଆଇପିଏଲରେ କମବ୍ୟାକ କରିଛନ୍ତି ଷ୍ଟାର ୱିକେଟ କିପର ରିଷଭ ପନ୍ତ । ଏହି ସିଜନରେ ସେ ଦମଦାର ବ୍ୟାଟିଂ ଏବଂ ୱିକେଟ କିପିଙ୍ଗ ଦକ୍ଷତା ଦେଖାଇଛନ୍ତି । କିନ୍ତୁ ଅଧିନାୟକ ଭାବରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଦଳ ଏବେ ବି ୬ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରିବାରେ ସକ୍ଷମ ହୋଇଛି । ତେବେ ଏହା ଭିତରେ ଆଜି ଲକ୍ଷେ୍ନø ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ବିବାଦ ଘେରକୁ ଆସିଛନ୍ତି ଅଧିନାୟକ ରିଷଭ । ରିଭ୍ୟୁ ନେବା ଘଟଣାକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତି କରୁଥିବା ଭିଡିଓ ଏବେ ସୋସିଆଲ ମିଡିଅରେ ଭାଇରାଲ ହେଉଛି ।

ଆଜି ଇକାନା ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷେ୍ନø ସୁପର ଜିଆଣ୍ଟସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ପ୍ରଥମେ ବୋଲିଂ କରୁଥିବା ବେଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଇନିଂସର ଚତୁର୍ଥ ଓଭରରେ ଇଶାନ୍ତ ଶର୍ମାଙ୍କ ଚତୁର୍ଥ ବଲକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଏହି ବଲ୍ ସାମାନ୍ୟ ଲେଗ୍ ଷ୍ଟମ୍ପରେ ରହିଥିଲା, ଯାହା ଫଳରେ ଦେବଦତ୍ତ ପଡିକ୍କଲ ଏହାକୁ ଖେଳି ପାରି ନଥିଲେ । ତେବେ ଅମ୍ପାୟାର ଏହାକୁ ୱାଇଡ ଘୋଷଣା କରିଥିଲେ । ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଏହାକୁ ରିଭ୍ୟୁ ପାଇଁ ଅପିଲ କରିଥିଲେ ଏବଂ ଏହା ଥାର୍ଡ ଅମ୍ପାୟାରଙ୍କ ନିକଟକୁ ଯାଇଥିଲା । ଥାର୍ଡ ଅମ୍ପାୟାର ମଧ୍ୟ ଏହାକୁ ୱାଇଡ ବୋଲି ନିଷ୍ପତ୍ତି ଶୁଣାଇଥିଲେ । କିନ୍ତୁ ଅଧିନାୟକ ପନ୍ତ ଏଥିରେ ଅସନ୍ତୋଷ ଜାହିର କରିଛନ୍ତି ।

ଏହି ମାମଲାରେ ପନ୍ତ ଦାବି କରିଛନ୍ତି ଯେ, ସେ ରିଭ୍ୟୁ ନେବା ପାଇଁ ଇସାରା କରିନାହାନ୍ତି । ଏହାପରେ ପୁଣିଥରେ ରିପ୍ଲେ ଦେଖିବାରୁ ଏହା ସ୍ପଷ୍ଟ ଜଣାଯାଉଛି ଯେ, ପନ୍ତ ରିଭ୍ୟୁ ପାଇଁ ଅପିଲ କରିଛନ୍ତି । ତେବେ ଅମ୍ପାୟାରଙ୍କୁ ନ ଦେଖି ସେ ରିଭ୍ୟୁ ପାଇଁ ଇସାରା ଦେଇଛନ୍ତି । ସେପଟେ ଅମ୍ପାୟାର ରିଭ୍ୟୁର ଇସାରା ପାଇବା ପରେ ମାମଲା ଥାର୍ହ ଅମ୍ପାୟାରଙ୍କ ପାଖକୁ ପଠାଇଥିବା ବୁଝାଇଛନ୍ତି । ତେବେ ଏହାକୁ ନେଇ ପନ୍ତ ଏବଂ ଅମ୍ପାୟାରଙ୍କ ମଧ୍ୟରେ ଅନେକ ସମୟ ଯୁକ୍ତି ତର୍କ ହେବା ପରେ ମଧ୍ୟ ରିଷଭ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛନ୍ତି ।

Get real time updates directly on you device, subscribe now.