fbpx

ବଡ଼ ଦୁର୍ଘଟଣା: ବିଧାୟକଙ୍କ ଫର୍ଚ୍ୟୁନର ମାରିଲା ବାଇକକୁ ଟକ୍କର, ଦମ୍ପତ୍ତି ମୃତ, ମରଣ ସହିତ ଲଢ଼ୁଛି ପୁଅ

ନୂଆଦିଲ୍ଲୀ: ଦୁର୍ଘଟଣା ଆଜିର ସମୟରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ବିପତ୍ତି । ଅଚାନକ ଦୁର୍ଘଟଣା ଘଟି ବହୁ ପରିବାର ସର୍ବସ୍ୱାନ୍ତ ହୋଇଯାଉଛି । ନିକଟରେ ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଶହ ଶହ ଲୋକ ମୃତ୍ୟୁବରଣ କରିବା ସହ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ଆଜି ପର୍ଯ୍ୟନ୍ତ ବି ସେହି ଦୁଃଖକୁ କେହି ଭୁଲି ପାରି ନାହାନ୍ତି । ତେବେ ଏହା ମଧ୍ୟରେ ଆଜି ଏକ ବଡ଼ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁଦାବକ, ଝାଡ଼ଖଣ୍ଡରୁ ଆସିଛି ଏକ ବଡ଼ ହିଟ ଆଣ୍ଡ ରନ୍ ମାମଲା । ଜଣେ ବିଧାୟକଙ୍କ ଫଚ୍ୟୁନର କାର ଗୋଟିଏ ବାଇକକୁ ଜୋରରେ ଧକ୍କା ଦେଇଥିଲା । ଏହି ଧକ୍କାର ଶକ୍ତି ଏତେ ଅଧିକ ଥିଲା ଯେ, ବାଇକ ଆରୋହୀ ୧୦୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ଇଞ୍ଜିନିୟର ଓ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ଦମ୍ପତ୍ତିଙ୍କ ଛୋଟ ପୁଅ ଗୁରୁତର ଅବସ୍ଥାରେ କୋଲକତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛି ।

ଦୁଇଟି ଫର୍ଚ୍ୟୁନର ପରସ୍ପର ସହ ରେସ୍ କରୁଥିବା ବେଳେ ଏହି ସମୟରେ ଗୋଟିଏ ଗାଡ଼ି ଯନ୍ତ୍ରୀଙ୍କ ବାଇକକୁ ଟକ୍କର ମାରିଥିଲା । ବାଇକ ଆରୋହୀ ବିସିଏଲରେ ଜଣେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେ ତାଙ୍କର ପତ୍ନୀ ଓ ପୁଅ ସହିତ ଡାକ୍ତରଙ୍କ ପାଖକୁ ଯାଉଥିଲେ । ମାତ୍ର ତା’ ପୂର୍ବରୁ ମାଡ଼ି ଆସିଥିଲା କାଳ । ତେବେ ଯେଉଁ ଫର୍ଚ୍ୟୁନର ବାଇକକୁ ଟକ୍କର ମାରିଥିଲା ତାହା ଝରିୟାର ବିଧାୟକ ପୂର୍ଣ୍ଣିମା ନୀରଜ ସିଂହଙ୍କ ଦିଅରଙ୍କ ନାମରେ ପଞ୍ଜିକୃତ ହୋଇଥିବା କମ୍ପାନୀର ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.