fbpx

ଭାରତ-ପାକ ସେନା ମଧ୍ୟରେ ଯୁଦ୍ଧ ବିରାମ ଚୁକ୍ତି ଫଳପ୍ରଦ ହୋଇଛି: ଏମ ଏମ ନରୱାଣେ

ନୂଆଦିଲ୍ଲୀ: ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାଣେ କହିଛନ୍ତି ଯେ ଗତ ତିନିମାସ ଧରି ଜାମ୍ମୁ କାଶ୍ମୀରରେ ଥିବା ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରେ ଭାରତୀୟ ଏବଂ ପାକିସ୍ତାନୀ ସେନା ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଠାରୁ ଶାନ୍ତି ଏବଂ ନିରାପତ୍ତାକୁ ଅଧିକ ଉତ୍ସାହ ମିଳିଛି। ସେ କହିଛନ୍ତି ଯେ ଦୁଇ ପଡୋଶୀ ଦେଶ ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ଦିଗରେ ଏହା ହେଉଛି ପ୍ରଥମ ପଦକ୍ଷେପ । ଜେନେରାଲ ନରୱାଣେ କହିଛନ୍ତି ଯେ ଅସ୍ତ୍ରବିରତିର ଅର୍ଥ ନୁହେଁ ଯେ ଆତଙ୍କବାଦ ବିରୋଧରେ ଭାରତର ସଂଗ୍ରାମ ବନ୍ଦ ହୋଇଯାଇଛି ।

ସେନା ମୁଖ୍ୟ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ଏବଂ ଆତଙ୍କବାଦୀ ଘଟଣାଗୁଡ଼ିକର ହ୍ରାସ ପାକିସ୍ତାନ ସହ ଉତ୍ତମ ପଡ଼ୋଶୀ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତକୁ ଆଶ୍ୱାସନା ଦେବ। ଜେନେରାଲ ନରୱାଣେ କହିଛନ୍ତି ଯେ ଅସ୍ତ୍ରବିରତି ଚୁକ୍ତି ପାଳନ କରିବା ନିଶ୍ଚିତ ଭାବରେ ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତାର ସାମଗ୍ରିକ ଦୃଷ୍ଟିକୋଣରେ ସହାୟକ ହୋଇଛି ଏବଂ ଏହି ଅଞ୍ଚଳରେ ଶାନ୍ତିର ବାତାବରଣ ସୃଷ୍ଟି କରିଛି। ଭାରତ ଏବଂ ପାକିସ୍ତାନ ଫେବୃଆରୀ ୨୫ ରେ ନିୟନ୍ତ୍ରଣ ରେଖା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ ଅସ୍ତ୍ରବିରତି ଚୁକ୍ତିନାମାକୁ କଡାକଡି ପାଳନ କରିବାକୁ ସହମତ ହୋଇଥିଲେ।

ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ଜେନେରାଲ ନରୱାଣେ କହିଛନ୍ତି ଯେ “ଚୁକ୍ତିନାମା ଲାଗୁ ହେବା ପରେ ଉଭୟ ସୀମାପଟରୁ ଗୁଳି  ଚାଳନାର କୌଣସି ଗୋଟିଏ ବି ଘଟଣା ଘଟି ନାହିଁ, ଯଦିଓ ଜାମ୍ମୁ ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସ ସହିତ ଜଡିତ ଏକ ଘଟଣା ଘଟିଛି। ସେ କହିଛନ୍ତି ଯେ ଚଳିତ ବର୍ଷ ଜାମ୍ମୁ କାଶ୍ମୀରରେ ହିଂସା ସ୍ତରରେ ବ୍ୟାପକ ହ୍ରାସ ଘଟିଛି। ଆତଙ୍କବାଦୀ ଗୋଷ୍ଠୀ ଉପରେ ଚାପ ରଖିବା ପାଇଁ ସୁରକ୍ଷା ବଳ ଏବଂ ଅନ୍ୟାନ୍ୟ ସରକାରୀ ଏଜେନ୍ସି କାର୍ଯ୍ୟ କରୁଛନ୍ତି। ”

ଜେନେରାଲ ନରୱାଣେ କହିଛନ୍ତି ଯେ ସାଧାରଣ ନାଗରିକ ତଥା ସାମରିକ ଜୀବନ ରକ୍ଷା ହେତୁ ୨୦୦୩ ଯୁଦ୍ଧ ବିରାମ ଚୁକ୍ତିନାମାକୁ ପାଳନ କରିବା ଉପରେ ନୂତନ ଗୁରୁତ୍ୱ ଦିଆଯାଇଛି। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଗୁଳି ବିନିମୟ ବନ୍ଦ କରିବା ଦ୍ୱାରା ସେନା ମଧ୍ୟରେ ବିଶ୍ୱାସ ବଜାୟ ରଖିବା ଶାନ୍ତି ସୁଯୋଗ ରକ୍ଷା କରିବା ଦ୍ୱାରା ସୀମାରେ ରହୁଥିବା ଲୋକଙ୍କ ପାଇଁ ହିତସାଧ୍ୟ । ସେନା ମୁଖ୍ୟ କହିଛନ୍ତି ଯେ ପାକିସ୍ତାନ ସହ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଏହା ହେଉଛି ପ୍ରଥମ ପଦକ୍ଷେପ। ଆମେ ଆମ ତରଫରୁ ଅସ୍ତ୍ରବିରତି ଜାରି ରଖିବାକୁ ଚାହୁଁଛୁ ଯାହା ଦ୍ୱାରା ଉତ୍ତମ ସମ୍ପର୍କ ସ୍ଥିରତା ରକ୍ଷା ହେବ ହୋଇପାରିବ  । ସେ କହିଛନ୍ତି ଯେ ଶାନ୍ତି ପାଇଁ ଏକ ଅନୁକୂଳ ପରିବେଶ ଯୋଗାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଚଳିତ ବର୍ଷ  ଅର୍ଥନୈତିକ କାର୍ୟ୍ୟକଳାପ ଭଲ ଆରମ୍ଭ ହୋଇଥିଲା, କିନ୍ତୁ କରୋନା ମହାମାରୀ ହେତୁ ଏହା ମନ୍ଥର ହୋଇଗଲା। ”

ସେ କହିଛନ୍ତି ଏହା ଏକ ବାଣିଜ୍ୟିକ ବିରତି ଖୁବଶୀଘ୍ର ବାଣିଜ୍ୟିକ କାର୍ଯ୍ୟକଳାପ ଆରମ୍ଭ ହେବ । କାରଣ ଶୀତ ଦିନରେ ଉପତ୍ୟକାରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଲକ୍ଷ କରାଯାଇଥିଲା ।” ଏହା ସହ ସେ କହିଛନ୍ତି ଅସ୍ତ୍ରଶସ୍ତ୍ର ଏବଂ ନିଶା କାରବାର ଏକ ଚିନ୍ତାର କାରଣ ପାଲଟିଛି  । ତେବେ ସେମାନଙ୍କ ଉପରେ ନଜର ରଖିବା ଆରମ୍ଭ କରିଛୁ ଏବଂ ଏକ ଶକ୍ତିଶାଳୀ ଅନୁପ୍ରବେଶକାରୀ ଗ୍ରୀଡ ସୃଷ୍ଟି କରିଛୁ । ଆମେ ଚାହଁନାହୁଁ ଜାମ୍ମୁ କାଶ୍ମୀରର ଯୁବକମାନେ ନିଶା, ଅପରାଧରେ ଲିପ୍ତ ରୁହନ୍ତୁ । ସେନା ମୁଖ୍ୟ କହିଛନ୍ତି ଯେ ଯୁବକମାନେ କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ସେମାନଙ୍କ ପରିବାର, ଗ୍ରାମ, ସହର, ଜିଲ୍ଲା ଏବଂ ୟୁନିଅନ ଅଞ୍ଚଳର ନାମକୁ ଉଚ୍ଚ କରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି।

ଜେନେରାଲ ନରୱାଣେ କହିଛନ୍ତି ଯେ ଭାରତୀୟ ସେନା ବିଭିନ୍ନ କ୍ରୀଡା ଏବଂ ଶିକ୍ଷାଗତ କାର୍ୟ୍ୟକ୍ରମ ଆୟୋଜନ କରି ଏହି ଆକାଂକ୍ଷାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରିଥାଏ। ସେ କହିଛନ୍ତି ଯେ “ଆମେ ଆଶା କରୁଛୁ ସରକାର ଏବଂ ଲୋକଙ୍କ ମିଳିତ ପ୍ରୟାସରେ ଏହି ସମସ୍ୟା ଦୂର ହୋଇଯିବ ।”

Get real time updates directly on you device, subscribe now.