କଟକ: ପୁଣି ମୋ ବସ୍ ଧକ୍କାରେ ଆହତ ହେଲେ ବ୍ୟକ୍ତି । କଟକ ମାଲାଚଣ୍ଡିଆ ଛକ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍ ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୋ ବସ୍ ଡ୍ରାଇଭରଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି ।
ସାଧାରଣରେ ଅସନ୍ତୋଷ: ଦିନକୁ ଦିନ ମୋ ବସ୍ ଗାଡ଼ି ଚାଳକଙ୍କ ଏପରି ବେପାରୁଆ ଗାଡ଼ି ଚାଳନାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜନସାଧାରଣ ।
ଏପରି ଚାଳକଙ୍କ ପାଇଁ ଅନେକ ବ୍ୟକ୍ତି ଦୁର୍ଘଟଣାର ଶିକାର ହେଉଛନ୍ତି ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ।