fbpx

କାଲିଠୁ ‘ମୋ ବସ୍‌’ ଯାତାୟତରେ କଟକଣା, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୧୭ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏନେଇ ରାଜ୍ୟରେ କଟକଣା ଲାଗୁ ସହ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏହାରି ମଧ୍ୟରେ ଟ୍ୱିନ ସିଟିରେ ନାଇଟ କର୍ଫ୍ୟୁ ଯୋଗୁଁ ମୋ ବସ୍ ଯାତାୟତରେ କଟକଣା ଲାଗୁ ହୋଇଛି । କଟକଣା ମୁତାବକ, କାଲିଠାରୁ ସକାଳ ୭ଟାରୁ ଯାତ୍ରା ଆରମ୍ଭ କରିବ ମୋ ବସ୍ । ସେହିପରି ସନ୍ଧ୍ୟା ୭ଟାରେ ବସ୍ ଡିପୋ ଛାଡିବ ଶେଷ ବସ୍ । ବସରେ ଠିଆ ହୋଇ ଯାତ୍ରା କରିବା ମନା ହୋଇଥିବା ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ତେବେ ଟ୍ୱିନ୍ ସିଟିରେ ଲାଗୁ ହେବ ୧୪୪ ଧାରା । ଆଜି ନାଇଟ୍ କର୍ଫ୍ୟୁ ବେଳେ କଟକ ଓ ଭୁବନେଶ୍ୱର ଲାଗୁ ହେବ ୧୪୪ ଧାରା । ରାତି ୯ଟାରୁ ସକାଳ ୫ ଟା ଯାଏ ଜାରି ରହିବ ଏହି ଧାରା । ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି । ଏହି ସମୟରେ କେବଳ ଅତି ଜରୁରୀ ଆବଶ୍ୟକ ସାମଗ୍ରୀ ଏବଂ ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ବାହାରେ ବୁଲିବା ବାରଣ ହେଇଛି । ଏହି ସମୟରେ ମିଡିଆ , ପେଟ୍ରୋଲ ଏବଂ ମେଡିକାଲ କର୍ମଚାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ମିଳିଛି । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଜରୁରୀ ସେବା ଯୋଗାଉ ଥିଲେ ଦେବାକୁ ପଡିବ ପ୍ରମାଣପତ୍ର ।

Get real time updates directly on you device, subscribe now.