fbpx

ମୋ ଚାଟଶାଳୀ ଶିକ୍ଷା ସ୍ୱେଚ୍ଛାସେବୀ ଙ୍କୁ ତାଲିମ ପ୍ରଦାନ

ମାଲକାନଗିରି,25/9:  ଶ୍ରମଜିଵୀ ସଙ୍ଗଠନ ଓ ମହିଳା ଶ୍ରମଜିବୀ ସଙ୍ଗଠନ,ମାଲକାନଗିରି ପଷରୁ ୭ ଗୋଟି ବ୍ଲକର ଵିଭିନ୍ନ ସ୍ଥାନରେ ମୋ ଚାଟଶାଳୀ ରେ ସ୍ୱେଚ୍ଛାସେବୀ ଶିକ୍ଷକ ମାନଙ୍କୁ ସଂଗଠନ ର କର୍ମକର୍ତ୍ତା ଗୀତାଞ୍ଜଳି ମହାନ୍ତି, ଚିତ୍ତରଞ୍ଜନ ସାହୁ,ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ଓ ଆତ୍ମଶକ୍ତି ଟ୍ରଷ୍ଟ ତରଫରୁ ଚିତ୍ତରଞ୍ଜନ ପ୍ରଧାନ, ବଟକୃଷ୍ଣ ସାହୁ ତାଲିମ ଦାତାମାନେ ତାଲିମ ପ୍ରଦାନ କରିଛନ୍ତି । କୋରନା ମହାମାରୀ ଯୋଗୁଁ ପ୍ରାୟ ୧ ଵର୍ଷ ହେବ ପିଲା ମାନଙ୍କ ପାଠପଢା ଏକରକମ ବନ୍ଦ ଥିବା ବେଳେ ଗ୍ରାମାଞ୍ଚଳ ପିଲାମାନଙ୍କ ପାଠପଢା ପଛେଇ ଯାଇଥିବାର ପରିଲକ୍ଷିତ ହେଉଛି । ଏଥିପାଇଁ ମାଲକାନଗିରି ସଙ୍ଗଠନ ପଷରୁ ମୋ ଚାଟଶାଳୀ କେନ୍ଦ୍ର ଖୋଲା ଯାଇ ଶିକ୍ଷା ବ୍ୟବସ୍ଥା ରେ ସୁଧାର ଆଣିଵା ,ଶିକ୍ଷାରେ ଦୁର୍ବଳ ଥିବା ୧ମ ରୁ ପଞ୍ଚମ ଶ୍ରେଣୀ ର ପିଲା ମାନଙ୍କ ଗୁଣାତ୍ମକ ଶିକ୍ଷା ଦାନ ଦ୍ବାରା ସମାନ ସ୍ତରକୁ ଆଣିବା ପାଇଁ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଉଥିବା ଓ ରାଜ୍ୟର ୧୭ ଗୋଟି ଆଦିବାସୀ ଓ ପଛୁଆ ଜିଲ୍ଲାର ୧ ଲକ୍ଷ ଛାତ୍ରଛାତ୍ରୀମାନେ ଏହାଦ୍ଵାରା ଉପକୃତ ହେବା ନେଇ ତାଲିମ ଦାତାମାନେ ମତବ୍ୟକ୍ତ କରିଛନ୍ତି l ଏହି ତାଲିମରେ ପିଲା ମାନଙ୍କୁ ଖେଳ କୁଦ, ନାଚ, ଗପ, ଗୀତ ଓ ପରିଦର୍ଶନ କରିବା, ଦଣ୍ଡ ନଦେବା, ସରକାରଙ୍କ କୋଭିଡି କଟକଣା କୁ ମାନି ଶିକ୍ଷାଦାନ କରିବା ଓ ପିଲାମାନଙ୍କ ଶିକ୍ଷା ଅଗ୍ରଗତି ଉପରେ ତାଲିମ ପ୍ରଦାନ କରାଯାଇଛି l ଏଥିସହ ସଂଗଠନ ର ସଭାପତି, ନେତୃତ୍ବ ମଣ୍ଡଳୀ, ସ୍ଥାନୀୟ ସରପଞ୍ଚ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Get real time updates directly on you device, subscribe now.