fbpx

ମୋ କଲେଜ ଅଭିଯାନ ପ୍ରସ୍ତୁତି ବୈଠକ

ମାଲକାନଗିରି, 21/3-ମାଲକାନଗିରି ମହାବିଦ୍ୟାଳୟ ରେ ମୋ କଲେଜ ଅଭିଯାନ ଶୁଭଆରମ୍ଭ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି!ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ସଭାପତିତ୍ବ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଯୋଗଦେଇ ମୋ ଅଭିଯାନ  ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ! ସମ୍ମାନିତ ଅଥିତି ଭାବେ ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପଟନାୟକ, ସୁରେଶ ସୋମାନୀ, ଶରତ ଚନ୍ଦ୍ର ବୁରୁଦା, ପ୍ରଭାକର ପ୍ରଧାନ, ଦୁର୍ଗାପ୍ରସାଦ ତ୍ରିପାଠୀ, ନୃସିଂହ ଚରଣ ମହାନ୍ତି, ଯୋଗଦାନ କରି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରାଉଦଘାଟନ ହେବାକୁ ଯାଉଥିବା ମୋ କଲେଜ ଅଭିଯାନ ର ଶୁଭଆରମ୍ଭ ଅବସରରେ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବାସହ ନିଜକୁ ସୃତି କୁ ଗୌରବାନିତ୍ୱ କରିବାକୁ ଆଲୋଚନା ହୋଇଥିଲା!ଏହି ଅବସରରେ ମୋ କଲେଜ ଅଭିଯାନ ର ସହ ସଂଯୋଜକ ଅଧ୍ୟାପକ ଡ଼ ରଞ୍ଜନ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ!ସଭାରେ ପ୍ରୀତପାଲ ସିଂ, ବସନ୍ତ କୁମାର ନାୟକ, ପି, ନବୀନ ପ୍ରମୁଖ ଆଲୁମୁନି ଯୋଗଦାନ କରି ମାଲକାନଗିରି ମହାବିଦ୍ୟାଳୟ କୁ ସମ୍ପୂର୍ଣ ସହଯୋଗ କରିବାପାଇଁ ପ୍ରତିଜ୍ଞା ନେଇଥିଲେ!ଏହି ଅବସର ରେ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ପ୍ରମିୟ କୁମାର ମହାନ୍ତି, ନମିତା ଦଣ୍ଡସେନା, ସୁଶାନ୍ତ କୁମାର ମାଝୀ, ଲିପସା ରାଣୀ ନାୟକ, ମନୋରଞ୍ଜନ ପରିଡା ପ୍ରଦୀପ ଓରାମ, ଅରୁଣ ପାଣ୍ଡରାକି ପ୍ରମୁଖ ଉପସ୍ଥିତ ଥିଲେ!ଶେଷରେ ମୋ କଲେଜ ଅଭିଯାନ ର ସଂଯୋଜକ ଅଧ୍ୟାପକ ଲିଙ୍ଗରାଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ!

Get real time updates directly on you device, subscribe now.