fbpx

୩ ମୋବାଇଲ ଚୋରକୁ ବାନ୍ଧିଲା ଚୌଦ୍ବାରା ପୋଲିସ, ୩ଟି ଦାମୀ ଫୋନ୍ ଜବତ

ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍‌) : ଚୌଦ୍ୱାର ଥାନା ଅନ୍ତର୍ଗତ ହାଉସିଂବୋର୍ଡ଼ କଲୋନୀରୁ ଜୁଲାଇ ୧୮ ତାରିଖରେ ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତି ନିଜର ଶୋଇବା ଘର ଝରକା ବାଟେ କେହି ଦୁର୍ବୃତ୍ତ ତାଙ୍କ ମୋବାଇଲ ଓ ପର୍ସ ଚୋରି କରିଥିବା ନେଇ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଚୌଦ୍ୱାର ଅଞ୍ଚଳର ବେଉରାସାହିର ମଂଜୁଲତା ଦାସ ଓ ହାଉସିଂବୋର୍ଡ଼ କଲୋନୀର ଗୋକୁଳାନନ୍ଦ ବେହେରା ପୃଥକ ପୃଥକ ଭାବେ ନିଜ ନିଜ ଫୋନ୍‌ ଚୋରି ହୋଇଥିବା ନେଇ ଚୌଦ୍ୱାର ଅଭିଯୋଗ କରିଥିଲେ । ପରେ ଥାନା ଅଧିକାରୀ ବିରଂଚି ନାରାୟଣ ପତି ଘଟଣାର ତଦନ୍ତ ଭାର ଏସ୍‌ଆଇ ପାର୍ଥ ପ୍ରତୀମ ବେଉରାଙ୍କୁ ଦାୟିତ୍ୱ ଦେବା ପରେ ଶ୍ରୀ ବେହେରା ଏହାର ତଦନ୍ତ କରିବା ସହ ନଖରା ହରିଜନ ସାହିର ପ୍ରହଲ୍ଲାଦ ମଲ୍ଲିକ ଓରଫ୍‌ ବଳିଆ (୨୫), ବିକାଶ ମଲ୍ଲିକ (୧୮) ଓ ଚୌଦ୍ୱାର ବଉଳେଇସାହିର ଅଭିମନ୍ୟୁ ବେହେରା (୪୭)ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩ଟି ଭିନ୍ନ ଭିନ୍ନ କଂପାନୀର ଦାମୀ ମୋବାଇଲ ଜବତ କରିବା ସହ କେସନଂ.୩୦୦, ୩୭୬, ୪୧୬/୨୧ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.