ରାତିରେ ତକିଆ ତଳେ ମୋବାଇଲ ରଖି ଶୋଉଥିଲେ ହୋଇଯାଆନ୍ତୁ ସାବଧାନ! ଡିପ୍ରେସନ ସହିତ ହୋଇପାରେ କ୍ୟାନ୍ସର

ସ୍ମାର୍ଟଫୋନର ନିରନ୍ତର ବ୍ୟବହାର ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି କରିପାରେ ।

ଭୁବନେଶ୍ବର: ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅଂଶ ହୋଇଗଲାଣି । ଏପରିକି ପିଲାରୁ ବୟସ୍କ ସକାଳୁ ଉଠିବାଠୁ ନେଇ ରାତିରେ ଶୋଇବା ଯାଏଁ ମୋବାଇଲ ବ୍ୟବହାର କରନ୍ତି । ବିଶେଷକରି ରାତିରେ ଶୋଇବା ସମୟରେ କିଛି ସମୟ ସ୍କ୍ରଲ କରି ତକିଆ ତଳେ ରଖି ଶୋଇଥାନ୍ତି ।

ଯଦି ଆପଣ ବି ଏଭଳି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଏବେ କେବେଳ ଶାରୀରିକ ନୁହେଁ ବରଂ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ନିଦ୍ରାହିନତା- ସ୍ମାର୍ଟଫୋନରୁ ନିର୍ଗତ ବ୍ଲୁ ଲାଇଟ ମେଲାଟୋନିନ୍ ହରମୋନର ନିର୍ଗମନରେ ବାଧା ସୃଷ୍ଟି କରିପାରେ । ଏହା ନିଦକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଫୋନର ଅତ୍ୟଧିକ ବ୍ୟବହାର ଅନିଦ୍ରା ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଥାଏ ।

କ୍ୟାନ୍ସର ଆଶଙ୍କା-  କିଛି ଅଧ୍ୟୟନରୁ ଜଣାପଡିଛି ଯେ ସ୍ମାର୍ଟଫୋନଗୁଡ଼ିକ ରେଡିଓଫ୍ରିକ୍ୱେନ୍ସି ବିକିରଣ ନିର୍ଗତ କରନ୍ତି, ଯାହାର ସଂସ୍ପର୍ଶରେ ମସ୍ତିଷ୍କ କର୍କଟ ଭଳି କିଛି ପ୍ରକାରର କର୍କଟ ରୋଗର ଆଶଙ୍କା ବଢ଼ିପାରେ, ଯାହା ଭବିଷ୍ୟତରେ ବିପଜ୍ଜନକ ହୋଇପାରେ ବୋଲି କୁହାଯାଇଛି ।

ପ୍ରଜନନ କ୍ଷମତା ହ୍ରାସ- କିଛି ଅଧ୍ୟୟନରୁ ଜଣାପଡିଛି ଯେ ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ସଂଯୋଗରୁ ନିର୍ଗତ ରେଡିଓଫ୍ରେକ୍ୱିନ୍ସି ବିକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ପୁରୁଷମାନଙ୍କଠାରେ ଶୁକ୍ରାଣୁ ଗୁଣବତ୍ତା ହ୍ରାସ ପାଇପାରେ ।  ଯାହା ପ୍ରଜନନ କ୍ଷମତା ହ୍ରାସ କରିପାରେ ।

ଡିପ୍ରେସନ- ରାତିରେ ତକିଆ ତଳେ କିମ୍ବା ପାଖରେ ସ୍ମାର୍ଟଫୋନ ରଖି ଶୋଇବା ଦ୍ୱାରା ଚାପ ଏବଂ ଅବସାଦର ସ୍ତର ବଢ଼ିପାରେ । ପ୍ରକୃତରେ, ମୋବାଇଲ୍ ବ୍ୟବହାର ଯୋଗୁଁ ଶରୀରରେ କର୍ଟିସୋନ୍ ନାମକ ଚାପ ହରମୋନ୍ ଅଧିକ ପରିମାଣରେ ଉତ୍ପାଦିତ ହୁଏ । ଯାହାକି ମାନସିକ ଅସନ୍ତୁଳନତା ସୃଷ୍ଟି କରିଥାଏ ।