fbpx

ହୋଟେଲର ୬ ମହଲାରୁ ଡେଇଁଲେ ମଡେଲ୍, କହିଲେ- ‘ବାପା ଜୀବନ ଶେଷ କରିବାକୁ ଯାଉଛି’

ଯୋଧପୁର: ଶନିବାର ଦିନ ରାତିରେ ଜଣେ ମଡେଲ୍ ହୋଟେଲର ୬ ମହଲାରୁ ଡେଇଁ ନିଜ ଜୀବନ ହାରିଦେଇଛନ୍ତି । ସେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି । ଆତ୍ମହତ୍ୟା କରିଥିବା ଯୁବତୀ ଜଣକଙ୍କ ନାମ ଗୁନଗୁନ୍ ଉପାଧ୍ୟାୟ ହୋଇଥିବା ଖବର ମିଳିଛି ।

ସୂଚନାକ୍ରମେ, ଶନିବାର ଦିନ ରାତିରେ ସେ ଉଦୟପୁରରୁ ଯୋଧପୁରକୁ ଫେରିଥିଲେ । ସେଠାରେ ଏକ ହୋଟେଲର ୬ ମହଲାରେ ଆସି ରହିଥିଲେ । ଆଉ ସେହି ଦିନ ରାତିରେ ହିଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ୬ ମହଲାରେ ଥିବା ଏକ ବାଲକୋନୀରୁ ଡେଇଁବା ପୂର୍ବରୁ ସେ ନିଜ ବାପାଙ୍କୁ ଫୋନ୍ କରିଥିଲେ ଓ କହିଥିଲେ ଯେ, ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ।

ଏହା ଶୁଣି ତାଙ୍କ ବାପା ଗଣେଷ ଉପାଧ୍ୟାୟ ସଙ୍ଗେ ସଙ୍ଗେ ପୋଲିସ୍ କୁ ଜଣାଇଥିଲେ ଓ ତୁରନ୍ତୁ ଉକ୍ତ ହୋଟେଲରେ ଯାଇ ପହଞ୍ଚିବାକୁ କହିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ଯେ, ପୋଲିସ୍ ପହଞ୍ଚିବା ବେଳକୁ ଗୁନଗୁନ୍ ୬ ମହଲାରୁ ତଳକୁ ଡେଇଁ ସାରିଥିଲେ । ବର୍ତ୍ତମାନ ଗୁନଗୁନ୍ ଙ୍କୁ ଚିକିତ୍ସା ପାଇଁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ଗୋଡ ଓ ଛାତିରେ ଫ୍ରାକ୍ଚର୍ ହୋଇଯାଇଛି । ତାଙ୍କ ଅବସ୍ଥା ଏବେ ସଙ୍କଟାପର୍ଣ୍ଣ ରହିଛି । ପୋଲିସ୍ କହିବା କଥା ଯେ, ଗୁନଗୁନଙ୍କର ହୋସ୍ ଆସିବା ପରେ ହିଁ ଆତ୍ମହତ୍ୟା ପଛର କାରଣ ଜାଣିହେବ ।

Get real time updates directly on you device, subscribe now.