fbpx

କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଏହି ମଡେଲ୍, କହିଲେ- ‘ଜୋରଜବରଦସ୍ତି କିସ୍ କରିବାକୁ ଲାଗିଲେ ଓ କହିଲେ ଶିଳ୍ପାକୁ..’

ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଏବେ ଅଡ଼ୁଆରେ ବାନ୍ଧି ହୋଇଯାଉଛନ୍ତି । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀ ତାଙ୍କ ବିରୋଧରେ ବୟାନ ଦେବାରେ ଲାଗିଛନ୍ତି । ଏବେ ପୁଣି ଜଣେ ମଡେଲ୍ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି । ଉକ୍ତ ମଡେଲ ହେଉଛନ୍ତି ଶର୍ଲିନ୍ ଚୋପ୍ରା । କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହିତ ୨୦୨୧ରେ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ପ୍ରଥମେ ସେ ଏଫଆଇଆର୍ ଦେଇଥିବା ସେ କହିଛନ୍ତି । ଏସବୁ ସେ ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି ।

ଶର୍ଲିନ୍ ଙ୍କ ଅଭିଯୋଗ ମୁତାବକ, ୨୦୧୯ରେ ରାଜ୍ କୁନ୍ଦ୍ରା ତାଙ୍କ ବିଜନେସ୍ ମ୍ୟାନେଜର୍ ଙ୍କୁ ଏକ ଚୁକ୍ତି ଉପରେ ଆଲୋଚନା କରିବାକୁ ଡାକିଥିଲେ । ସେ ଦାବି କରିଛନ୍ତି ଯେ, ୨୦୧୯ ମାର୍ଚ୍ଚ ୨୭ ତାରିଖରେ ବିଜନେସ୍ ମିଟିଂ ପରେ ରାଜ୍ କିଛି ଜଣାଇ ତାଙ୍କ ଘରକୁ ଚାଲି ଆସିଥିଲେ । ଏହା ପୂର୍ବରୁ ମେସେଜ୍ ରେ ଦୁହିଁଙ୍କର ଖୁବ୍ ଝଗଡା ହୋଇଥିଲା ।

ସେ କହିଛନ୍ତି ଯେ, “ବହୁତ୍ ମନା କରିବା ପରେ ବି ରାଜ୍ କୁନ୍ଦ୍ରା ତାଙ୍କୁ ଜୋରଜବରଦସ୍ତି କିସ୍ କରିବାକୁ ଲାଗିଲେ । ଏହାକୁ ବିରୋଧ କରିବାରୁ କୁନ୍ଦ୍ରା କହିଥିଲେ ଯେ, ଶିଳ୍ପା ଓ ତାଙ୍କ ଭିତରେ ସମ୍ପର୍କ ଠିମ୍ ଚାଲିନି ତେଣୁ ସେ ଘରେ ଅଧିକ ସମୟ ଷ୍ଟ୍ରେସ୍ ରେ ରହୁଛନ୍ତି” ।

Get real time updates directly on you device, subscribe now.