fbpx

ନିଜକୁ ବାହାହୋଇଥିଲେ ଯୁବତୀ: ୩ ମାସ ପରେ ନେଲେ ‘ଛାଡ଼ପତ୍ର’

ନୂଆଦିଲ୍ଲୀ: ନିକଟରେ ଗୁଜୁରାଟର କ୍ଷମା ବିନ୍ଦୁ ନିଜକୁ ବିବାହ କରିଥିଲେ । ତାଙ୍କ ବିବାହ ଖୁବ୍ ଚର୍ଚ୍ଚାରେ ମଧ୍ୟ ଥିଲା । ଖାସ୍ କଥା ହେଉଛି କି, କ୍ଷମା ବିନ୍ଦୁଙ୍କର ହଲଦୀ, ମେହେନ୍ଦୀ ଭଳି ରୀତି ହୋଇଥିଲା । କିନ୍ତୁ ଆଜି ଆମେ ଏପରି ଜଣେ ମେଡେଲଙ୍କ କଥା କହୁଛୁ, ଯେ କି ନିଜକୁ ନିଜେ ବାହା ହେବା ସହ ୩ ମାସ ଭିତରେ ‘ଛାଡ଼ପତ୍ର’ ବି ନେଇଗଲେ ।

ଏହି ମଡେଲଙ୍କ ନାଁ କ୍ରିସ ଗୈଲରା ବୋଲି ଜଣାପଡିଛି । କ୍ରିସ୍ ନିଜକୁ ବାହାହେବାର ୩ ମାସ ପରେ କହିଥିଲେ ଯେ, ‘ମୋତେ ଆଉ କେହି ମିଳିଯାଇଛନ୍ତି । ଏଥିପାଇଁ ମୁଁ ନିଜକୁ ଛାଡ଼ପତ୍ର ଦେଉଛି ।’ ଅନ୍ୟପଟେ କ୍ରିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବେଶ୍ ଆକ୍ଟିଭ ରୁହନ୍ତି । ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଛନ୍ତି ।

Cris Galera

ନିଜକୁ ବିବାହ କରିବା ନେଇ ସେ କହିଥିଲେ ଯେ, ‘ମୁଁ ପୁରୁଷଙ୍କ ଉପରେ ନିର୍ଭରଶୀଳ ହୋଇ ଥକି ଯାଇଛି । ଏଥିପାଇଁ ମୁଁ ନିଜକୁ ବାହାହେବା ପାଇଁ ନିଷ୍ପତ୍ତି ନେଇଛି । ମୋତେ ଏକା ରହିବା ବହୁତ ପସନ୍ଦ ।’ ବିନା ବରରେ କ୍ରିସ ବାହା ହୋଇଥିଲେ ବି ସେ ନିଜକୁ ଅନେକ ଦିନ ପର୍ଯ୍ୟନ୍ତ ନିଜ ପତ୍ନୀ ଭାବେ ରହିପାରିନଥିଲେ ।

Get real time updates directly on you device, subscribe now.