fbpx

ମହାନଦୀରେ ମଧ୍ୟମଧରଣ ବନ୍ୟା ଆଶଙ୍କା: ସୂଚନା ଦେଲେ ଏସଆରସି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ରାଜ୍ୟରେ ବନ୍ୟା ଆଶଙ୍କା ମଧ୍ୟ ଦେଖାଦେଇଛି । ଏହାରି ମଧ୍ୟରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପରେ ବୋଲି ଏସଆରସି ସୂଚନା ଦେଇଛନ୍ତି । ଆସନ୍ତାକାଲି ବନ୍ୟା ଜଳ ମୁଣ୍ଡଳି ଅତିକ୍ରମ କରିବ । ଯାହାଫଳରେ ମୁଣ୍ଡୁଳି ଦେଇ ୧୦ରୁ ସାଢେ ଦଶ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଏସ୍ ଆର୍ ସି । ଏହାର ପ୍ରଭାବରେ ୩ ଜିଲ୍ଲାର ଛୋଟ ଛୋଟ ନଦୀରେ ଜଳସ୍ତର ବଢିବ । ସେହିପରି ଜଗତସିହଂପୁର,ପୁରୀ,ଖୋର୍ଦ୍ଧା ଓ କେନ୍ଦ୍ରାପଡା ଜିଲ୍ଲା ଉପରେ ସତର୍କ ନଜର ରଖାଯାଇଛି ।

ଏହି ୪ଟି ଜିଲ୍ଲା ପାଇଁ ୩ଟି ଏନ୍.ଡି.ଆର.ଏଫ୍ ୭ଟି ଓଡ୍ରାଫ ଏବଂ ୧୨ଟି ଫାୟାର ଟିମ ମୁତୟନ ହେବେ । ତେବେ ପୁରୀ ଓ କେନ୍ଦ୍ରାପଡା ପାଇଁ ୨ଟି ଲଖୋଁ ଓଡ୍ରାଫ ଓ ଗୋଟାଏ ଲେଖାଁ ଏନ୍ ଡି ଆର୍ ଏଫ୍ ଟିମ୍ ମୁତୟନ କରାଯିବ । ସେହିପରି ଜଗତସିହଂପୁର ପାଇଁ ଗୋଟିଏ ଏନ୍ ଡି ଆର୍ ଏଫ୍ ଟିମ୍ ଓ ଗୋଟାଏ ଓଡ୍ରାଫ ମୁତୟନ ହେବ । ଏତତ୍ ବ୍ୟତୀତ କଟକ ଓ ଖୋର୍ଦ୍ଧା ପାଇଁ ଗୋଟିଏ ଓଡ୍ରାଫ ଟିମ୍ ନିୟୋଜିତ କରାଯିବ ।

ଅନ୍ୟପକ୍ଷେ ହିରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ୩୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ଆଉ ଗେଟ୍ ଖୋଲା ଯିବନାହିଁ ବୋଲି ଏସ୍ ଆର୍ ସି ସୂଚନା ଦେଇଛନ୍ତି । ଏତତ୍ ବ୍ୟତୀତ ଦକ୍ଷିଣରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଏସ୍ ଆର୍ ସି ।ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ବନ୍ୟା ହେବର ଆଶଙ୍କା ମଧ୍ୟ ଦେଖାଦେଇଛି ।

Get real time updates directly on you device, subscribe now.