fbpx
BSKY
BJD MC SKY
BJD MS SKY

ଏକାଠି ହେବେ ମୋଦୀ-ବିଡେନ; ଜାଣନ୍ତୁ କେବେ ଓ କେଉଁଠି

ନୂଆଦିଲ୍ଳୀ: ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭେଟିବାକୁ ଯାଉଛନ୍ତି । ଆମେରିକୀୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ବିଡେନ୍ ଢ଼ଓ ମୋଦୀଙ୍କ ମଧ୍ୟରେ ଥରେ ସାକ୍ଷାତ ହୋଇ ଥିଲା । ତେବେ ବିଶ୍ୱର ଏହି ଦୁଇ ଶକ୍ତିଶାଳୀ ନେତା ଦ୍ୱିତୀୟ ଥର ପାଇଁ ଏକତ୍ର ଗୋଟିଏ ମଞ୍ଚରେ ବସିବାକୁ ଯାଉଛନ୍ତି । ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଚତୁରାଷ୍ଟ୍ରୀୟ ସମ୍ମିଳନୀ(କ୍ୱାଡ)ରେ ଏହି ନେତାମାନେ ଏକାଠି ହେବେ । ଏହି ବୈଠକ ନେଇ ଆମେରିକୀୟ ସଂଯୋଜକ କର୍ଟ କ୍ୟାମ୍ପବେଲ ମଙ୍ଗଳବାର ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ କ୍ୱାଡର ବୈଠକରେ ପ୍ରଥମ ଥର ପାଇଁ ଉଭୟ ନେତା ପରସ୍ପରକୁ ଭେଟିଥିଲେ ।

ଏହି ବୈଠକର ଆୟୋଜନ ନେଇ ସ୍ଥାନ ଓ ସମୟ ସ୍ଥିର ହୋଇନଥିଲେ ହେଁ, ୪ ରାଷ୍ଟ୍ର ମୁଖ୍ୟଙ୍କ ଉପସ୍ଥିତିରେ ଏହା ଆୟୋଜିତ ହେବ । ଭାରତରେ କରୋନା ସ୍ଥିତି ଭୟାବହ ରହିଥିଲେ ହେଁ ଏହି ବୈଠକ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କ୍ୟାମ୍ପବେଲ । ପୂର୍ବରୁ ଏହି ୪ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଭର୍ଚୁଆଲ ବୈଠକରେ ଜନସନ ଟିକାର ବିତରଣକୁ ନେଇ ଆଲୋଚନା ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏସିଆ ପାସିଫିକରେ ଚୀନର ବର୍ଦ୍ଧିତ ପ୍ରଭାବକୁ କମ କରିବା ପାଇଁ ଆମେରିକା ପକ୍ଷରୁ କ୍ୱାଡ ସମ୍ମିଳନୀ ଆରମ୍ଭ କରାଯାଇଥିଲା । ଶେଷ ଥର ପାଇଁ ମାର୍ଚ୍ଚ ୨୦୨୦ରେ କ୍ୱାଡର ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.