fbpx

ପିଏମ ୱାଇ-ଫାଇକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ ୯ ।୧୨: କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମାଗଣା ୱାଇ-ଫାଇ ପାଇଁ ବ୍ୟବସ୍ଥା ପାଇଁ ଆରମ୍ଭ ହେବ ପିଏମ ୱାଣୀ । ପିଏମ-ୱାଣି ଅଧୀନରେ ଦେଶରେ ୧ କୋଟି ସେଣ୍ଟର ଖୋଲାଯିବ । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି ।

ଏହା ସହ ଲାକ୍ଷାଦ୍ୱୀପ ସହ ଯୋଗାଯୋଗ ବ୍ୟବସ୍ଥା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । କୋଚି ଓ ଲାକ୍ଷାଦ୍ୱୀପ ମଧ୍ୟରେ ଅପ୍ଟିକ ଫାଇବର ବିଛାଯିବ । ଭୂତଳ କେବୁଲ ବିଛାଇବା ପାଇଁ ୧୭୨ କୋଟି ଟଙ୍କା ଖର୍ଚ୍ଚ ହେବ ।

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।ଚଳିତ ଆର୍ଥିକ ବର୍ଷରେ ୧୫୮୪ କୋଟି ଟଙ୍କା ଖର୍ଚ୍ଚ ହେବ । ପୂରା ଯୋଜନାରେ ୨୨ ହଜାର ୮୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ୫୮.୫ ଲକ୍ଷ କର୍ମଚାରୀ ଉପକୃତ ହେବେ ।

Get real time updates directly on you device, subscribe now.