fbpx

ମୋଦୀଙ୍କ ଘରେ ସମ୍ଭାବ୍ୟ ମନ୍ତ୍ରୀ! ୩ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ସମ୍ଭାବନା, ଜାଣନ୍ତୁ କାହାକୁ?

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳ ଆଜି ସନ୍ଧ୍ୟାରେ ଅଦଳବଦଳ ହେବ । ସନ୍ଧ୍ୟାରେ ନୂଆ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିବାର ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହଲଚଲ ସୃଷ୍ଟି ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡା ବାସଭବନରେ ପହଞ୍ଚିଥିବା ବେଳେ ସମ୍ଭାବ୍ୟ ନେତାମାନେ ମଧ୍ୟ ସେଠାରେ ପହଞ୍ଚିଛନ୍ତି ।

ସୂଚନା ମୁତାବକ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ନାରାୟଣ ରାଣେ, ମୀନାକ୍ଷୀ ଲେଖି, ଅନୁପ୍ରିୟା ପଟେଲ, ରୀତା ବହୁଗୁଣା ଯୋଶୀ, କପିଲ ପାଟିଲ, ପଶୁପତି ପାରସ, ଶାନ୍ତନୁ ଠାକୁର ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି । ସେହିପରି ହିନା ଗୋବିତ, ଅଜୟ ଭଟ୍ଟ, ଅଗୟ ମିଶ୍ରା, ପୁନମ ମହାଜନ, ପ୍ରୀତମ ମୁଣ୍ଡେ, ଭୂପେନ୍ଦ୍ର ଯାଦବ ଆଦି ସେଠାରେ ପହଞ୍ଚିଛନ୍ତି ।

ତେବେ ସୂଚନା ମିଳିଛି ଯେ, ୩ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବାର ସମ୍ଭାବନା ରହିଛି । ଅନୁରାଗ ଠାକୁର, ଜି କିଶନ ରେଡ୍ଡୀଙ୍କ ପ୍ରୋମୋସନ ହୋଇପାରେ । ଏହା ସହ ପୁରୁଷୋତ୍ତମ ରୁପାଲିଙ୍କର ପଦୋନ୍ନତି ହୋଇପାରେ ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ୨୦୨୨ରେ ହେବାକୁ ଥିବା ୫ ରାଜ୍ୟ ବିଧାନସଭାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ଗଠନ କରାଯିବ । ସେଥିପାଇଁ ଫୋକସରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ବିହାରକୁ ରଖାଯାଇଥିବା ଜଣାପଡ଼ିଛି । ବିଶେଷ କ୍ଷେତ୍ରରେ ସ୍ୱତନ୍ତ୍ର ଦକ୍ଷତାଧାରୀ କିଛି ସାଂସଦ ଓ ସହଯୋଗୀ ଦଳ ସ୍ଥାନ ପାଇ ପାଇପାରନ୍ତି । ପଛୁଆ ବର୍ଗ, ମହିଳା ଓ ଯୁବବର୍ଗଙ୍କ ନାମ ବି ଚର୍ଚ୍ଚାରେ ରହିଛି । ମଧ୍ୟପ୍ରଦେଶରେ କଂଗ୍ରେସରୁ ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦିଲ୍ଲୀରେ ଡେରା ପକାଇବା ସହ ନୂଆ କୁର୍ତ୍ତା କିଣି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ତେଣୁ ତାଙ୍କୁ ନିଶ୍ଚିତ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସ୍ପଷ୍ଟ ହୋଇଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ଲୋକସଭା ସାଂସଦ ଜୁଏଲ ଓରାମଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି । ମନ୍ତ୍ରିମଣ୍ଡଳରେ ମୋଟ ୮୧ ଜଣ ମନ୍ତ୍ରି ରହିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ୫୩ ଜଣ ରହିଛନ୍ତି । ତେଣୁ ଅବଶିଷ୍ଟ ୨୮ ଜଣଙ୍କୁ ମୋଦି ଚାହିଁଥିଲେ ସ୍ଥାନ ଦେଇପାରିବେ ।

Get real time updates directly on you device, subscribe now.