fbpx
BJD SKY
BJD SKY

ପୁରୀରେ କେନ୍ଦ୍ରୀୟ ଟିମ୍, କୋଭିଡ୍ ସ୍ଥିତିର କରିବେ ସମୀକ୍ଷା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆସିଥିବା କେନ୍ଦ୍ରୀୟ କୋଭିଡ୍ ଟିମ୍ ଆଜି ପୁରୀରେ ପହଞ୍ଚିଛନ୍ତି । ପୁରୀରେ ପହଞ୍ଚିବା ପରେ ଟିମର ସଦସ୍ୟମାନେ ଜିଲ୍ଲାର କୋଭିଡ୍ ସଂକ୍ରମଣ ଓ ମୃତ୍ୟୁ ସଂପର୍କରେ ତର୍ଜମା କରିଛନ୍ତି । ଏହି ଟିମରେ କେନ୍ଦ୍ରରୁ ଦୁଇଜଣ ଓ ରାଜ୍ୟରୁ ଜଣେ ସଦସ୍ୟ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ ପହଞ୍ଚିଥିଲା । ରାଜ୍ୟରେ ପହଞ୍ଚିବା ପରେ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ସହ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଭେଟିଥିଲା । ପ୍ରାଥମିକ ଆଲୋଚନା ପରେ ଟିମ୍ ଅଧିକ ସଂକ୍ରମଣ ଥିବା ଜିଲ୍ଲାକୁ ଗସ୍ତ କରିବା ନେଇ ବ୍ୟବସ୍ଥା କରାଯାଇଥିଲା ।

Get real time updates directly on you device, subscribe now.