fbpx

ସାଧାରଣ ଜନତାଙ୍କୁ ବେଶୀ ବାଧୁଛି ପିଆଜ ଓ ଚିନିର ବର୍ଦ୍ଧିତ ଦର, ସରକାର ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ଅଦିନିଆ ବର୍ଷା ଓ ଉତ୍ପାଦନ ହ୍ରାସ କାରଣରୁ ଏବେ ପିଆଜର ମୂଲ୍ୟ ଉଚ୍ଚା ରହିଛି । ପିଆଜର ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବେଶୀ ପ୍ରଭାବ ପକାଇଥାଏ । ସରକାର ଏହାକୁ ଲକ୍ଷ୍ୟ କରି ତତ୍କାଳ ପ୍ରଭାବରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର କହିଛନ୍ତି ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଲଗାଇ ଦିଆଯିବ । ଏହି ସମୟ ମଧ୍ୟରେ ଗୋଟିଏ ବି ପିଆଜ ଦେଶ ମଧ୍ୟରୁ ବାହାରକୁ ଯାଇପାରିବ ନାହିଁ । ଏହାଦ୍ୱାରା ଘରୋଇ ବଜାରରେ ଏହାର ଯୋଗାଣ ବାଧାପ୍ରାପ୍ତ ହେବ ନାହିଁ ଓ ଦର ମଧ୍ୟ ଆଗକୁ ଆହୁରି ବୃଦ୍ଧି ପାଇବ ନାହିଁ ।

ବିିଦେଶୀ ବ୍ୟାପାର ମହାନିର୍ଦ୍ଦେଶାଳୟ ଶୁକ୍ରବାର ସକାଳେ ଏକ ବିଜ୍ଞପ୍ତି ଜାରି କରି କହିଛି କି ପିଆଜର ରପ୍ତାନୀ ନିୟମରେ କିଛି ପରିବର୍ତ୍ତନ କରାଯାଉଛି । ଏହି ନୂଆ ନିୟମ ଜରିଆରେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଦେଶ ବାହାରକୁ ଗୋଟିଏ ବି ପିଆଜ ଯାଇପାରିବ ନାହିଁ । ଏହା ସହିତ ଚିନିର ବର୍ଦ୍ଧିତ ଦର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ମିଲ୍ ମାଲିକ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।

Get real time updates directly on you device, subscribe now.