ଦୀପାବଳି ପାଇଁ କୃଷକଙ୍କୁ ମୋଦୀ ସରକାରଙ୍କ ବଡ଼ ଉପହାର; ବଢିଲା ରବି ଫସଲର MSP

ନୂଆଦିଲ୍ଲୀ: ଦୀପାବଳିରେ କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ମୋଦୀ ସରକାର । ସରକାର ୨୦୨୫-୨୬ ଋତୁ ପାଇଁ ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ବିଭିନ୍ନ ଫସଲ ପାଇଁ ଏମଏସପି ବୃଦ୍ଧି କରାଯାଇଛି, ଯାହା ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉତ୍ତମ ମୂଲ୍ୟ ପାଇପାରିବେ ।

ନୂଆ ବିଜ୍ଞପ୍ତି ଅନୁଯାୟୀ:

  • ଗହମର ଏମଏସପି କୁଇଣ୍ଟାଲ ପିଛା ୨୪୨୫ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୨୨୭୫ ଟଙ୍କା ଥିଲା ।
  • ବାର୍ଲିର ଏମଏସପି କୁଇଣ୍ଟାଲ ପିଛା ୧୯୮୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୧୮୫୦ ଟଙ୍କା ଥିଲା ।
  • ଚଣାର ଏମଏସପି କୁଇଣ୍ଟାଲ ପିଛା ୫୬୫୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୫,୪୪୦ ଟଙ୍କା ଥିଲା ।
  • ଡାଲିର ଏମଏସପି କୁଇଣ୍ଟାଲ ପିଛା ୬,୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୬,୪୨୫ ଟଙ୍କା ଥିଲା ।
  • ସୋରିଷର ଏମଏସପି କୁଇଣ୍ଟାଲ ପିଛା ୫,୯୫୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୫,୬୫୦ ଟଙ୍କା ଥିଲା ।
  • ସୂର୍ଯ୍ୟମୁଖୀ ପାଇଁ ଏମଏସପି କୁଇଣ୍ଟାଲ ପିଛା ୫,୯୪୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୫,୮୦୦ ଟଙ୍କା ଥିଲା ।

କୃଷକଙ୍କ ଫସଲର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଚନ୍ତି । ତେବେ ଆଗକୁ କୃଷକଙ୍କ ପାଇଁ ଏହା ସହାୟକ ହେବ । ଅନେକ ଚାଷୀ ଏଥିରେ ଉପକୃତ ହେବେ ।

Get real time updates directly on you device, subscribe now.