fbpx

ଆଜିଠାରୁ ମିଳିବ ଶସ୍ତା ସୁନା, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଶସ୍ତା ସୁନା କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ମୋଦୀ ସରକାର ଆଜିଠାରୁ ଶସ୍ତା ସୁନା ବିକ୍ରି କରିବାକୁ ଯାଉଛନ୍ତି। ତେବେ ଏଥିରେ ଆପଣ ଏହି ସୁନାକୁ ଫିଜିକାଲ୍ ରୂପରେ ପାଇବେ ନାହିଁ । ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୧-୨୨ ଅଧୀନରେ ଆପଣ ଜାନୁଆରୀ ୧୦ ରୁ ୧୪ ପର୍ୟ୍ୟନ୍ତ ସୁନାରେ ନିବେଶ କରିବାର ସୁଯୋଗ ପାଇବେ । ମୋଦୀ ସରକାର ଆପଣଙ୍କୁ ସୋଭରେନ୍ ଗୋଲ୍ଡ ବଣ୍ଡରେ ନିବେଶ କରିବାର ସୁଯୋଗ ଦେଉଛନ୍ତି।

ତେବେ ଏହି ସୋଭରେନ୍ ଗୋଲ୍ଡ ବଣ୍ଡ ଏକ ସରକାରୀ ବଣ୍ଡ । ଯାହା ଆରବିଆଇ ତରଫରୁ ଜାରି କରାଯାଇଥାଏ । ଏହାକୁ ଡିମେଟ୍ ରୁପରେ ପରିବର୍ତ୍ତିତ କରାଯାଇଥାଏ । ସୋଭରେନ୍ ଗୋଲ୍ଡ ବଣ୍ଡରେ ଶୁଦ୍ଧତା କଥା ଚିନ୍ତା କରିବାର ଆବଶ୍ୟକତା ପଡ଼େ ନାହିଁ । ଗୋଲ୍ଡ ବଣ୍ଡର ମୂଲ୍ୟ, ଇଣ୍ଡିଆନ୍ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଦ୍ୱାରା ପ୍ରକାଶିତ ୨୪ କ୍ୟାରେଟ୍ ଶୁଦ୍ଧ ସୁନା ମୂଲ୍ୟ ସହିତ ଲିଙ୍କ୍ ହୋଇଥାଏ ।

ଆରବିଆଇ ସୋଭରେନ୍ ଗୋଲ୍ଡ ବଣ୍ଡର ମୂଲ୍ୟ ପ୍ରତି ଗ୍ରାମ ପିଛା ୪,୭୮୬ ଟଙ୍କା ସ୍ଥିର କରିଛନ୍ତି । ଅନଲାଇନ୍ ମାଧ୍ୟମରେ ଆବେଦନ ଏବଂ ଡିଜିଟାଲ୍ ପେମେଣ୍ଟ୍ କରିବା ପାଇଁ ଆପଣଙ୍କୁ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ରିହାତି ମିଳିବ । ୧ ଗ୍ରାମ ସୁନା ପାଇଁ ଆପଣଙ୍କୁ ୪,୭୩୬ ଟଙ୍କା ଦେବାକୁ ପଡିବ ।

Get real time updates directly on you device, subscribe now.