fbpx

ରୁଷ ଓ ୟୁକ୍ରେନ ଯୁଦ୍ଧ: ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦୀ

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧକାଳୀନ ପରିସ୍ଥିତି ଲାଗି ରହିଛି । ଅନେକ ସହରରୁ ଧ୍ୱଂସ କରିସାରିଛନ୍ତି ରୁଷ ସେନା । ଏବେ ସୁଦ୍ଧ ଏକାଧିକ ସହରରେ ବୋମାମାଡ଼ କରୁଛି ରୁଷ । ଏଥିରେ ଅନେକ ଯବାନଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଗଲାଣି । ୟୁକ୍ରେନ ଏହା ଭିତରେ ଦାବି କରିଛି ଯେ, ଏବେସୁଦ୍ଧା ଯୁଦ୍ଧରେ ୩୮ ଜଣ ଶିଶୁଙ୍କୁ ଜୀବନ ଚାଲିଯାଇଛି । ତେବେ ଯୁଦ୍ଧକୁ ନେଇ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହିତ ଭଲ ସମ୍ପର୍କ ରହିଥିବା ଭାରତର ରାଷ୍ଟ୍ରପତି ନରେନ୍ଦ୍ର ମୋଦୀ ଆଲୋଚନା କରିବା ନେଇ ଖବର ସାମନାକୁ ଆସିଛି ।

ଯୁଦ୍ଧକାଳୀନ ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମୀର ଜେଲେନସ୍କି କଥାବାର୍ତ୍ତା ହେବେ । ଜାଣିଥାନ୍ତୁ ଯେ, ୟୁଏନଏସସୀ ରେ ରୁଷ ବିରୋଧରେ ଭୋଟିଂରେ ଭାରତ ଦୂରତା ଅବଲମ୍ବନ କରିଛି । ଭୋଟିଂରେ ସାମିଲ ହୋଇନଥିବା ଜଣାପଡ଼ିଛି ଯେତେବେଳେ କି ଆମେରିକା ସମେତ ୩୦ରୁ ଅଧିକ ପଶ୍ଚିମ ଦେଶ ରୁଷ ବିରୋଧରେ ଭୋଟିଂ ଦେଇଛନ୍ତି ।

ଏହା ଭିତରେ ଖବର ମିଳିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱିପହରରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହିତ କଥାବାର୍ତ୍ତା କରିବେ । ଅର୍ଥାତ୍ ରୁଷ ଓ ୟୁକ୍ରେନ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହିତ କଥା ହେବେ ମୋଦୀ

 

Get real time updates directly on you device, subscribe now.