Big Breaking: ଶତ୍ରୁ ରାଷ୍ଟ୍ର ଚାଇନା ଗସ୍ତ କରିବେ ମୋଦି, ସୀମା ବିବାଦର ସମାଧାନ ପାଇଁ ଦେବେ ପ୍ରସ୍ତାବ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିବେ ଚାଇନା । ଯାହାକୁ ନେଇ ଆଲୋଚନା ଏବେ ଜୋର ଧରିଛି । ଚୀନର ତିଆଞ୍ଜିନ ସିଟିରେ ଅନୁଷ୍ଠିତ ହେବାକୁ ଥିବା ସାଂଘାି କର୍ପୋରେଶନ୍ ଅର୍ଗାନାଇଜେଶନ୍ (ଏସସିଓ) କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି ।

୨୦୨୦ ଗଲୱାନ୍ ସଂଘର୍ଷ ପରେ ଏହା ମୋଦିଙ୍କ ପ୍ରଥମ ଚାଇନା ଗସ୍ତ ହେବାକୁ ଯାଉଛି । ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଏସସିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ବାଣିଜ୍ୟ, ରାଷ୍ଟ୍ରୀୟ ସୀମା ଏବଂ ଦେଶ ସୁରକ୍ଷା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଏସସିଓ ମେମ୍ବରମାନେ ଆଲୋଚନା କରିବେ । ଏଭଳିସ୍ଥିତିରେ ମୋଦିଙ୍କ ଚାଇନା ଗସ୍ତ ଲୋକଙ୍କ ମନରେ ଅନେକ ଆଶା, ଆଶଙ୍କା ସୃଷ୍ଟି କରୁଛି ।

ଚାଇନା ଗସ୍ତରେ ମୋଦି ସୀମା ବିବାଦ ସମ୍ପର୍କରେ ଆଲୋଚନା କରିବା ସହ ଏହାର ସମାଧାନ ପାଇଁ ପ୍ରସ୍ତାବ ଦେବେ ବୋଲି ଅନୁମାନ କରାଯାଉଛି ।

୨୦୨୪ରେ କାଜାନଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ମୋଦିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ସେପଟେ ପାକିସ୍ତାନ ସହ ଭାରତର ସଂଘର୍ଷ ଚାଲିଥିବାବେଳେ ମୋଦୀ ଚାଇନା ଯିବା କଥା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି ।