fbpx

ଅସୀ ଘାଟରେ ପୂଜା, କାଳ ଭୈରବଙ୍କ ଆଶୀର୍ବାଦ ନେବା ପରେ ୧୪ ରେ ନାମାଙ୍କନ ଭରିବେ ମୋଦୀ; ବାରାଣସୀ ଲାଗି ବିଜେପିର ମେଗା ପ୍ଲାନ

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାରାଣସୀ ଲୋକସଭା ଆସନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୧୪ ତାରିଖରେ ନାମାଙ୍କନ ଭରିବେ । ଏହି ସମୟରେ ଏନଡିଏର ବହୁ ନେତା ବି ଉପସ୍ଥିତ ରହିବେ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଅସୀ ଘାଟକୁ ଯିବେ ଓ ସକାଳ ୧୦ଟା ସମୟରେ କାଳ ଭୈରବ ମନ୍ଦିର ଯାଇ ଦର୍ଶନ କରିବେ । ଏହାପରେ ଏନଡିଏ ନେତାଙ୍କ ସହ ବୈଠକ ପରେ ୧୧ଟା ୪୦ରେ ନାମାଙ୍କନ ଭରିବେ । ନାମାଙ୍କନ ପତ୍ର ଦାଖଲ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଝାଡଖଣ୍ଡ ଯାତ୍ରା କରିବେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମାଙ୍କନ ସମୟରେ ୪ ଜଣ ପ୍ରସ୍ତାବକ ରହିବେ । ଏମାନେ ହେଉଛନ୍ତି ଆଚାର୍ଯ୍ୟ ଗଣେଶ୍ୱର ଶାସ୍ତ୍ରୀ, ସୋମା ଘୋଷ ସରୋଜ ଚୁଡାମଣି, ମାଝି ସମାଜରୁ ଜଣେ ପ୍ରସ୍ତାବକ ଓ ଜଣେ ମହିଳା ପ୍ରସ୍ତାବକ ।
ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୧୩ ତାରିଖ ଅର୍ଥାତ୍ ସୋମବାର ସକାଳ ୧୦ଟା ସମୟରେ ପାଟନାରେ ଗୁରୁଦ୍ୱାର ଯିବେ । ସକାଳ ୧୦ଟା ୩୦ରେ ହାଜିପୁରରେ ର‌୍ୟାଲି ଓ ୧୨ରେ ମୁଜାଫରପୁରରେ ଓ ୨ଟା ୩୦ରେ ସାରଣରେ ଓ ସନ୍ଧ୍ୟା ୫ରେ ବାରଣାସୀରେ ରୋଡ୍ ଶୋ’ କରିବେ ।

ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨ ଥର ଲୋକସଭା ନିର୍ବାଚନରେ କେବେ ବି ଘର ଘର ଯାଇ କାଶୀ ଜନତାଙ୍କୁ ଭୋଟ ମାଗିନାହାନ୍ତି । ନାମାଙ୍କନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପରମ୍ପରା ମୁତାବିକ ରୋଡ୍ ଶୋ’ କରିଥାନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ବାରଣାସୀ ଲୋକସଭା ସିଟ୍‌ରେ ପୁରା ଶେଷ ପର୍ଯ୍ୟାୟ ଅର୍ଥାତ୍ ଜୁନ୍ ୧ରେ ଭୋଟ ଗ୍ରହଣ ହେବ । ଏହି କ୍ରମରେ ସେ ନିଜର ଦୁଇ ଦିବସୀୟ ଗସ୍ତ କ୍ରମରେ ୧୩ ଓ ୧୪ରେ ବାରଣାସୀରେ ରହିବେ ।

Get real time updates directly on you device, subscribe now.