fbpx

ଏସୀୟ କ୍ରୀଡ଼ା: ୮୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଲେ ଅଫଜଲ

Advertisement

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାର ଦଶମ ଦିନରେ ଭାରତୀୟ କ୍ରୀଡ଼ାବିତଙ୍କର ଜୟଯାତ୍ରା ଅବ୍ୟାହତ ରହିଛି । ଏହା ମଧ୍ୟରେ ପୁଣି ଏକ ରୌପ୍ୟ ପଦକ ହାସଲ କରିଛି ଭାରତ । ପୁରୁଷ ୮୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ମହମ୍ମଦ ଅଫଜଲ ରୌପ୍ୟ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ମହିଳା ୫୦୦୦ ମିଟର ରେସିଂରେ ପାରୁଲ ଚୌଧରୀ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ଏହା ପୂର୍ବରୁ ମହିଳା ୫୦୦୦ ମିଟର ରେସିଂରେ ପାରୁଲ ୧୫:୧୪:୭୫ ସମୟରେ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏସୀୟ କ୍ରୀଡ଼ାରେ ଦୁଇ ଦିନରେ ପାରୁଲ ଦୁଇଟି ପଦକ ଜିତିଥିଲେ । ଶେଷ ୩୦ ମିଟର ଦୂରତା ବାକି ଥିବାବେଳେ ପାରୁଲ ଫ୍ରଣ୍ଟ ରନରଙ୍କୁ ଓଭରଟେକ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ୪୦୦ ମିଟର ହର୍ଡଲ୍ସ ଫାଇନାଲରେ ଭିଥ୍ୟା ରାମରାଜ ବ୍ରୋଞ୍ଜ ପଦକ ଜିତିଥିଲେ ।

ଏହା ମଧ୍ୟରେ ଆଜିର ଦଶମ ଦିନରେ ଭାରତ ମୋଟ ୯ଟି ପଦକ ଜିତିଛି । ଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୯ରେ ପହଞ୍ଚିଛି । ସେଥିମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଓ ୨୮ଟି ବ୍ରୋଞ୍ଜ ପଦକ ରହିଛି । କେନୋଇଙ୍ଗ, ୫୪ କ୍ରିଗ୍ରା ବକ୍ସିଂ, ୪୦୦ ମିଟର ହର୍ଡଲ୍ସ, ୫୦୦୦ ମିଟର ଦୌଡ଼, ୮୦୦ ମିଟର ଦୌଡ଼, ଟ୍ରିପଲ ଜମ୍ପ, ଡେକାଥ୍ଲୋନ, ଜାଭେଲିନ ଥ୍ରୋ ଓ ୯୨ କେଜି ବକ୍ସିଂ ଆଦି ବିଭାଗରେ ଭାରତୀୟ କ୍ରୀଡ଼ାବିତମାନେ ଆଜି ପଦକ ଜିତିଛନ୍ତି ।

Get real time updates directly on you device, subscribe now.